ଶିକ୍ଷାନୀତି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ମହୁରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷାନୀତି ସମ୍ପର୍କିତ ଏକ ଆଲୋଚନା ଚକ୍ର ଏବିଓ ପୁରୁଷୋତ୍ତମ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ସୁଶାନ୍ତ କୁମାର ନାୟକ, ଅକ୍ଷୟ କୁମାର ଜେନା, ଉମେଶ କୁମାର ଜେନା, ପ୍ରସନ୍ନ କୁମାର ମହାକୁଡ ପ୍ରମୁଖ ଯୋଗଦେଇ ନୂତନ ଶିକ୍ଷାନୀତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି, ଦିଲ୍ଲୀପ କୁମାର ଓଝା, ଉମାକାନ୍ତ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଶିକ୍ଷା ବାବଦରେ ବିଭିନ୍ନ ମତଦେଇଥିଲେ । ପ୍ରଶାନ୍ତ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟତ୍ରୀ ମଧୁଲତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।


