ଅହିଂସାର ମାର୍ଗଦର୍ଶକ ଥିଲେ ଗାନ୍ଧି ଓ ଶାସ୍ତ୍ରୀ

ଭୁବନେଶ୍ୱର, : ଦେଶର କୋଣ ଓ ଅନୁକୋଣରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିନ ପାଳିତ କରାଯାଉଅଛି । ଏହି ଅବସରରେ ଆଜି ସ୍ଥାନୀୟ ପଥରବନ୍ଧ ବସ୍ତିଠାରେ ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱେଚ୍ଛାସେବୀ କେନ୍ଦ୍ର ତରଫରୁ (ଅହିଂସା ଦିବସ) ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜନ୍ମ ଦିନ ପାଳନ କରାଯାଇଅଛି । କେନ୍ଦ୍ର ସମ୍ପାଦକ ବାପି ନାୟକ ପିଲାମାନଙ୍କୁ ହିଂସା ମାର୍ଗରେ ନଯାଇ କିପରି ଆମେ ସମସ୍ତେ ସମସ୍ତଙ୍କୁ ପରସ୍ପର ଭଲ ପାଇବା ସହିତ ସ୍ନେହ କରିବା ଦରକାର । ଗାନ୍ଧିଜୀ କହିଥିବା କଥା ଅହିଂସା ଆଚରଣ ଦ୍ୱାରା ଆମକୁ ସମ୍ମାନ ମିଳିଥାଏ ବୋଲି ଶ୍ରୀ ନାୟକ କହିଥିଲେ । ପରେ ପରେ କୁନିକୁନି ପିଲାମାନଙ୍କୁ ନେଇ ସ୍ୱଚ୍ଛ ଭାରତ ଅଭିଯାନ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ନାୟକ, ପ୍ରିୟରଞ୍ଜନ ଓଡ଼ିଆରସିଂ, ଚନ୍ଦ୍ରକାନ୍ତ ମାଝୀ, ସତ୍ୟରଞ୍ଜନ ବେହେରା, ଅନିତା ନାୟକ, ସୁଚିସ୍ମିତା ନାୟକ ଓ ବିଶ୍ୱଜିତା ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ