ଆଇଆରଇଏଲ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ କାଳିପଲ୍ଲୀ ଗ୍ରାମ ଠାରେ ଆଇଆରଇଏଲ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି । ଏହି ଶିବିର ସକାଳ ୮ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିଥିଲା । ଆଇଆରଇର ଡାକ୍ତର ଅର୍ଦ୍ଦେନ୍ଦୁ ପାଲ୍ ଓ ଡାକ୍ତର ପ୍ରଫେସର ପ୍ରମିଳା ମିଶ୍ର ଉପସ୍ଥିତ ରହି କାଳିପଲ୍ଲୀ ପଞ୍ଚାୟତର ୨୦୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କୁ ମଧ୍ୟ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା । ପଞ୍ଚାୟତବାସି ଏହି ଶିବିର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଆଇଆରଇଏଲ୍ ସମ୍ବଳ ଓ ଏଚ୍ଆର୍ଏମ୍ ବିଭାଗର ଡିଜିଏମ୍ ଜି.କେ.ନାୟକ, ଶ୍ୟାମ ସୁନ୍ଦର ମଲ୍ଲିକ,ସୁରେଶ ଚନ୍ଦ୍ର ପାତ,ଦୀପକ କୁମାର ମିଶ୍ର, ସୁରେଶ ବେହେରା ଓ ମନୋଜ ନାୟକ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ଫାର୍ମାସିଷ୍ଟ ଆର୍.କେ.ପାତ୍ର, ଟି.ଏଚ୍.ଆଚାରୀ, କେ.ସି.ପ୍ରଧାନ,ସସ୍ମିତା ନାୟକ, ଷ୍ଟାଫନର୍ସ ଗିତାଞ୍ଜଳି ପହି, ଚିନ୍ମୟ ଜେନା, ସଂଗ୍ରାମ ପ୍ରଧାନ, ଏନ୍.କେ.ପଟ୍ଟନାୟକ, ପି.ସନ୍ୟାସୀ ରେଡ୍ଡି ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି କାଳିପଲ୍ଲୀ ପଞ୍ଚାୟତବାସୀଙ୍କୁ ମାସ୍କ ଓ ସାନିଟାଇଜର ବୋତଲ ଆଇଆରଇ ତରଫରୁ ବଣ୍ଟନ କରାଯାଇଥିଲା ।


