ଛତ୍ରପୁର ଆରପିଏଫ ପକ୍ଷରୁ ସଚେତନତା

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଆରପିଏଫ ଆଉଟପୋଷ୍ଟ ପକ୍ଷରୁ ଲୋକଙ୍କ ସୁରକ୍ଷା ସଂପର୍କରେ ସଚେତନ କରାଯାଇଛି । ଆଉଟପୋଷ୍ଟ ଅଫିସ୍ ନିକଟ ମହାବୀର ନଗରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ସୁରକ୍ଷା ସଂପର୍କରେ ଲୋକଙ୍କୁ ସଚେତନ ସହ ରାଲି କରାଯାଇଥିଲା । କୋଭିଡ୍ ୧୯ ଗାଇଡଲାଇନ ମାନିବା ସହ ଲେବର କ୍ରସିଂ ପାର ହେବା ବେଳେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା । କୌଣସି ଦୁର୍ଘଟଣାର ଆଶଙ୍କା ଥିଲେ ୧୮୨ ନମ୍ବର କୁ ଫୋନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ସମୟରେ ଟ୍ରେନକୁ ପିଲାମାନେ ପଥର ଫିଙ୍ଗୁଛନ୍ତି । ଏଥିରେ ଯାତ୍ରୀ ମାନେ ଆହାତ ହେଉଛନ୍ତି । ଏପରି ନ କରିବାକୁ ଆରପିଏଫ୍ ପକ୍ଷରୁ ସଚେତନ କରାଯାଇଛି । ଏଥିରେ ଛତ୍ରପୁର ଆଉଟପୋଷ୍ଟ ସବ ଇନଷ୍ପେକ୍ଟର ଏଲ୍ . ବି .ସିଂ , ଏଏସଆଇ ଏସ୍‌. ଅର୍ଜୁନ ପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ