ଆଇଆରଇଏଲ ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ର କୁମାରବେଗପଲ୍ଲୀ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳି ରେ ମାଟିଖାଲ ସ୍ଥିତ ଆଇଆରଇଏଲ କମ୍ପାନୀ ପକ୍ଷରୁ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଇଆରଇଏଲ ର ସାମାଜିକ ଗୋଷ୍ଠୀଗତ ଦାୟୀତ୍ବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୁମାରବେଗପଲ୍ଲୀ ଗ୍ରାମ ସମେତ ଆଖ ପାଖ ଅଞ୍ଚଳର ଦୁଇ ଶହରୁ ଉର୍ଦ୍ଧ ଲୋକେ ଯୋଗ ଦେଇ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଵା ସହ ମାଗଣା ଔଷଧ ପ୍ରଦାନ କରାଯାଇଛି | ଆଇଆରଇ ଏଲ କମ୍ପାନୀର ବରିଷ୍ଠ ଡାକ୍ତର ଡାକ୍ତର ଅର୍ଦ୍ଧେନ୍ଦୁ ପାଲ୍, ଡାକ୍ତର ଵି. ଶୁଭା ଯୋଗ ଦେଇ ସ୍ଵାସ୍ତ୍ୟ ଶିବିର କୁ ଆସିଥିବା ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ଫାର୍ମାସିଷ୍ଟ ଟି.ଏଚ ଆଚାଯ୍ୟ, କେ. ସି ପ୍ରଧାନ, ଆର. କେ ପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ | ଆଇଆରଇ କମ୍ପାନୀ ତାର ନିକଟରେ ରହିଥିବା ୭ ଗୋଟି ପଂଚାୟତ ଗୁଡିକରେ ଏହି ପରି ମାଗଣା ସ୍ୱାସ୍ଥ୍ୟ ଶିବିର କରିଆସୁଛି | ଏହା ସହ କମ୍ପାନୀ ସାମାଜିକ ଗୋଷ୍ଠୀଗତ ଦାୟୀତ୍ବ ପକ୍ଷରୁ ବର୍ଷକୁ ଛଅ କୋଟି ଟଙ୍କା ବ୍ୟୟ କରି ବହୁ ଜନହିତକର କାର୍ଯ୍ୟକ୍ରମ କରିଆସୁଛି କମ୍ପାନୀ ପକ୍ଷରୁ କୁହାଯାଇଛି | ଏହିପରି କାର୍ଯ୍ୟକ୍ରମ କୁ ଜନସାଧାରଣ ମାନେ ଆଇଆରଇ କମ୍ପାନୀ କୁ ସାଧୁବାଦ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ