ଆଇଆରଇ ପକ୍ଷରୁ ପିଲାମାନଙ୍କୁ ସ୍କୁଲ ବେଗ ଓ ବହି ପ୍ରଦାନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): କଣମଣା ଗ୍ରାମ ପଞ୍ଚାୟତର ଟାକିରିଆବ୍ରହ୍ମପୁର, ତରେଇପାଟପୁର, କଣମଣା, ଚଷାକଣମଣା, ମାଟିଖାଲ ସମେତ ବହୁ ଗାଁରେ ଥିବା ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଇଆରଇ କଂପାନୀ ପକ୍ଷରୁ ସ୍କୁଲ ବେଗ୍ ଓ ବିଭିନ୍ନ ବହି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଆରଇ କଂପାନୀର ସିଜିଏମ୍ ଏ.ଜେ.ଜନାର୍ଥନନ୍ ଓ ତାଙ୍କର ସହଧର୍ମଣୀ ରମା ଲକ୍ଷ୍ମୀ , କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ, ସମିତିସଭ୍ୟା ରଶ୍ମିତା ବେହେରା, ଆଇଆରଇ କଂପାନୀର ଜି.କେ.ନାୟକ, ଏ.କେ.ପାଣି, ଏସ.ଏସ. ମଲ୍ଲିକ, ପି.କେ.ରାଉତ, ସୁରଶ ଚନ୍ଦ୍ର ପାତ୍ର,ରଂଜିତ ପଣ୍ଡା, ସୁଇଟ୍ ମିଶ୍ରଙ୍କ ସମେତ ବହୁ କର୍ମଚାରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଏହାସହ ଆଇଆରଇ କଲୋନୀ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମହିଳା ମାନଙ୍କୁ ଘରେ ଘରେ ଅଳିଆ ଅବର୍ଜନା ରଖିବା ନିମନ୍ତେ ଡଷ୍ଟବିନ୍ ବଣ୍ଟନ କରାଯାଇଥିଲା ।ଏହାସହ କିଛି ବିଲଡିଂର ମଧ୍ୟ ଉଦଘାଟନ କରାଯାଇଥିଲା ଓ ଚାର ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅତିଥୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।