ସ୍ୱଚ୍ଛ ଛତ୍ରପୁର ,ସବୁଜ ଛତ୍ରପୁର କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ଶୁଭାରମ୍ଭ ,କିରାଣି ବ୍ୟବସାୟ ସଂଘ ପକ୍ଷରୁ ଡଷ୍ଟବିନ ବଣ୍ଟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାକୁ ସ୍ୱଚ୍ଛ ଓ ସବୁଜ ଜିଲ୍ଲାରେ ପରିଣତ କରିବା ଲାଗି ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାସହ ଲୋକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଚେତନ କରିଆସୁଛନ୍ତି । ଏହାକୁ ସମର୍ଥନ ଜଣାଇ ଛତ୍ରପୁର କିରଣୀ ବ୍ୟବସାୟ ସଂଘ ପକ୍ଷରୁ ସ୍ୱଚ୍ଛ ଛତ୍ରପୁର ସବୁଜ ଛତ୍ରପୁର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଜି ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ମଧ୍ୟ ସହଯୋଗ କରିଛନ୍ତି । ଛତ୍ରପୁର ସହରକୁ ସ୍ୱଚ୍ଛ ଓ ସବୁଜ ସହରରେ ପରିଣତ କରିବା ନିମନ୍ତେ ମଧ୍ୟ ସମସ୍ତେ ଅଣ୍ଟା ଭିଡିଛନ୍ତି । ବୁଧୁବାର ସ୍ଥାନୀୟ କଳିଙ୍ଗ ବୈଶ୍ୟ ସଂଘ କଲ୍ୟାଣ ମଣ୍ଡପ ପରିସରରେ ଛତ୍ରପୁର କିରାଣୀ ବ୍ୟବସାୟ ସଂଘର ପକ୍ଷରୁ ସ୍ୱଚ୍ଛ ଓ ସବୁଜ ଛତ୍ରପୁର କରିବା ନିମନ୍ତେ ଏକ ଭିନ୍ନଧରଣର କାର୍ଯ୍ୟକ୍ରମ ସଭାପତି ସୟଦ ମୁକ୍ତାର ଙ୍କ ପୈାରହିତ୍ୟ ଅନୁଷ୍ଠିତ ହୋଇଯାଇଛି । ସହରର ଠେଲାଗାଡି, ପୁଟପାଥ୍ ରେ ବ୍ୟବସାୟ କରୁଥିବା ଗରୀବ ଶ୍ରେଣୀର ବ୍ୟବସାୟ ଭାଇମାନଙ୍କୁ ସଂଘ ପକ୍ଷରୁ ଡଷ୍ଟବିନ୍ ପ୍ରଦାନ କରାଯାଇଛି । ଏଦ୍ୱାରା ସେମାନେ ବିଭିନ୍ନ ମଇଲା ଓ ଅଳିଆ ଅବର୍ଜନା ସଂଗ୍ରହ କରି ଡଷ୍ଟବିନରେ ରଖିଲେ ଏନଏସି ଅଲିଆ ଅବର୍ଜନା ସଂଗ୍ରହ କରୁଥିବା ଗାଡି ଏହାକୁ ନେଇ ପାରିବ ଏବଂ ପରିବେଶ ସଫାସୁତରା ରହିବ । ଏହାସହ ସଂଘ ପକ୍ଷରୁ ଗରୀବ ପିଲା ମାନଙ୍କୁ ମଧ୍ୟ ବେଗ ପ୍ରଦାନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳ, ଛତ୍ରପୁର ବିଧାୟକ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ପୁର୍ବତନ ସାଂସଦ ପ୍ରତିନିଧୀ ଆୟୁବ ଖାନ୍, ଛତ୍ରପୁର କିରାଣୀ ବ୍ୟବସାୟ ସଂଘର ଉପସଭାପତି ଜି.ଜାନର୍ଦ୍ଦନ ରାଓ, ସଂପାଦକ ଶ୍ରୀକାନ୍ତ ଅଗ୍ରୱାଲ, ଯୁଗ୍ମ ସଂପାଦକ ଉମା ଶଙ୍କର ସ୍ୱାଇଁ, କୋଷାଧ୍ୟକ୍ଷ ଶୂଭେନ୍ଦୁ କୁମାର ସେନାପତି, କାର୍ଯ୍ୟକାରିଣି ସଦସ୍ୟ ବି.ଚିରଞ୍ଜିବି ସୁବୁଦ୍ଧି, ଶିଶିର କୁମାର ସାହୁ, କେ.ସୁଧାଂଶୁ କୁମାର ପାତ୍ର, କେ.ସୁରେଶ ସେନାପତିଙ୍କ ସମେତ ବହୁ ସଭ୍ୟ ମାନେ ଉପସ୍ଥିତ ରହି ସ୍ୱଚ୍ଛ ଛତ୍ରପୁର ସବୁଜ ଛତ୍ରପୁର ର ବାର୍ତ୍ତା ଦେଇଥିଲେ । ଏହା ସହ ଜିଲ୍ଲାପାଳଙ୍କ ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଏବଂ ପିଲା ଟିଏ ଗଛଟିଏ ବ୍ରା୍ତ୍ତାକୁ ସଫଳ କରିବା ପାଇଁ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ