ଆଇଆର୍‌ଇ ପ୍ଲାଣ୍ଟ ର ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବାଦ ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୃତ୍ତିକା ( ଆଇଆର୍‌ଇ ) ପ୍ଲାଣ୍ଟ ର ମୁଖ୍ୟ ଫାଟକ ସମ୍ମୁଖରେ  ଭାରତୀୟ ବିକାଶ ପରିଷଦ ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା । ପ୍ଳାଣ୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରିବା , ସ୍ଥାନୀୟ ବେକାର ଶିକ୍ଷିତ ଯୁବତୀ ଯୁବକଙ୍କୁ ଆଇଆଇ ପ୍ଲାଣ୍ଟରେ ନିଯୁକ୍ତି ଦାବି ନେଇ ଏହି ପ୍ରତିବାଦ ସଭା କରାଯାଇଥିଲା । ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱ ରେ ଆୟୋଜିତ ସଭାରେ ଆଇଆର୍‌ଇ କର୍ତ୍ତୃପକ୍ଷଙ୍କ ଜନମାରଣ ନୀତିକୁ ସମାଲୋଚନା କରାଯାଇଥିଲା । ଭାରତୀୟ ବିରଳ ମୃର୍ତ୍ତିକା ପ୍ଲାଣ୍ଟରେ ୯୨ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଛି । ଏଥିପାଇଁ ଭୁବନେଶ୍ବର ଓ କଟକରେ ଲିଖିତ ପରୀକ୍ଷା କରାଯିବ । ତେବେ ବ୍ରହ୍ମପୁର ରାଜ୍ୟର ୩ୟ ବୃହତମ ସହର ଏବଂ ଜିଲାର ସଦର ମହକୁମା ଛତ୍ରପୁର ହୋଇ ମଧ୍ୟ ଏଠାରେ ଲିଖିତ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇନି । ଏହି ବିଜ୍ଞପ୍ତିକୁ ରଦ୍ଦ କରି ବ୍ରହ୍ମପୁର , ଛତ୍ରପୁର କିମ୍ବା ଭାରତୀୟ ବିରଳ ମୃର୍ତ୍ତିକା ପ୍ଳାଣ୍ଟ ପରିସରରେ ଲିଖିତ ପରୀକ୍ଷା କରିବାକୁ ଦାବି କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ବହୁ ଡିଗ୍ରୀଧାରୀ ଯୁବତୀ ଯୁବକ ଅଛନ୍ତି । ସେମାନଙ୍କୁ ଉପରୋକ୍ତ ପଦବୀ ଗୁଡିକରେ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ପଦକ୍ଷେପ ନ ନେଲେ ଭାରତୀୟ ବିକାଶ ପରିଷଦ ରାଜରାସ୍ତାକୁ ଓହ୍ଲାଇ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦେବ ବୋଲି ଚେତାବନୀ ଦେଇଛି । ପ୍ରତିବାଦ ସଭାରେ ଗୁରୁଦେବ ବେହେରା , ଏମ୍.ଜଙ୍ଗମୟା , ରାଜେନ୍ଦ୍ର ଦଳବେହେରାଙ୍କ ସମେତ ବହୁ ଛାତ୍ରୀଛାତ୍ର , ସ୍ଥାନୀୟ ଲୋକେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ