ଡ଼କାୟତି ମାମଲାରେ ଅଭିଯୁକ୍ତ କୁ ୨୦ ବର୍ଷ କାରା ଦଣ୍ଡାଦେଶ
ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ଏ ଡି ଜେ) ଲୋକନାଥ ସାହୁ ଏକ ଡ଼କାୟତି ମାମଲାରେ ଅଭିଯୁକ୍ତ କୁ ୨୦ ବର୍ଷ କାରାଦଣ୍ଡାଦେଶ ସହିତ ୭ ହଜାର ଟଙ୍କା ଜୋରିମାନା ଦେଇଛନ୍ତି । ମାମଲା ରୁ ପ୍ରକାଶ ଯେ, ଗତ ୨୦୧୯ ମସିହା ନଭେମ୍ବର ୨୭ ତାରିଖ ରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଶମ୍ଭୁଭାରତୀ ପାଟଣା ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ସେନାପତି ଙ୍କ ଘରେ ଡ଼କାୟତି ଘଟିଥିଲା । ଦୁବୃର୍ତ୍ତ ମାନେ ତାଙ୍କ ଘରୁ ନଗଦ ୪ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ କରି ନେଇଥିଲେ। ପୂର୍ଣ୍ଣଚନ୍ଦ୍ର ଙ୍କ ଅଭିଯୋଗ କ୍ରମେ ପୋଲିସ ୧୬୮/୧୯ ରେ ଏକ ମାମଲା ରୁଜୁ କରିବା ସହିତ ଘଟଣା ର ତଦନ୍ତ କରି ପୁରୀ ସଦର ଥାନା ଗୋପୀନାଥ ପାଟଣା ଗ୍ରାମ ର ସଞ୍ଜୟ ସାମନ୍ତ ରାୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋଟ ସମସ୍ତ ସାକ୍ଷୀ ପ୍ରମାଣ ପୋଲିସ ତଦନ୍ତ ରିପୋର୍ଟ କୁ ଅନୁଧ୍ୟାନ କରିବା ପରେ ଅଭିଯୁକ୍ତ ସଞ୍ଜୟ କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାର ଙ୍କ ପକ୍ଷରୁ ଏ ପି ପି ସୀତାକାନ୍ତ ଦାସ ମାମଲା ପରିଚାଳନା କରିଥିଲେ । ଏହି ଦଣ୍ଡାଦେଶ ଘଟଣା ସମଗ୍ର ପୁରୀ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି ।


