ଆଇଏନ୍ଏଫ୍ ଚୁକ୍ତିରୁ ଓହରିବ ଋଷ୍
ମସ୍କୋ(ଏଜେନ୍ସି): ଶୀତଳ ଯୁଦ୍ଧ ସମୟରେ ଆମେରିକା ସହ ହୋଇଥିବା ଏକ ପ୍ରମୁଖ ଚୁକ୍ତିରୁ ଓହରିଯିବା ପାଇଁ ଋଷ୍ ନିଷ୍ପତ୍ତି ନେଇଛି । କ୍ରେମଲିନ୍ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୧୯୮୭ ମସିହାରେ ସୋଭିଏତ୍ ୟୁନିଅନ୍ ଏବଂ ଆମେରିକା ମଧ୍ୟରେ ମଧ୍ୟମ ଦୂରଗାମୀ ପରିମାଣୁ ଶକ୍ତିର ବ୍ୟବହାରକୁ ନେଇ ହୋଇଥିବା ଆଇଏନ୍ଏଫ୍ ଚୁକ୍ତିରୁ ଋଷ୍ ଓହରିଯିବା ସଂକ୍ରାନ୍ତ ଆଦେଶରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ସ୍ୱାକ୍ଷର କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ରାଜିନାମାରେ ଥିବା ସର୍ତ୍ତକୁ ଲଂଘନ କରିଥିବା ପରିପ୍ରେକ୍ଷୀରେ ଋଷ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ବାରଣ ସତ୍ତେ୍ୱ ମସ୍କୋ ଏବଂ ୱାଶିଂଟନ୍ ପରସ୍ପରକୁ ଏହି ଆଇଏନ୍ଏଫ୍ ଚୁକ୍ତିର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଆସୁଛନ୍ତି । ତେବେ ଗତ ଫେବୃଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ୬ମାସ ମଧ୍ୟରେ ଏହି ଚୁକ୍ତିରୁ ଓହରିବା ପାଇଁ ଆମେରିକା ପଦକ୍ଷେପ ନେବ ।