ଆଇଟିସି ପ୍ରତିଟି ବ୍ୟବସାୟ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ହାସଲ ଲକ୍ଷ୍ୟ ରଖିଛି: ସଞ୍ଜିବ୍ ପୁରୀ

ଆଇଟିସି ଲିଃ. ପ୍ରତିଟି ବ୍ୟବସାୟ କ୍ଷେତରେ ଶ୍ରେଷ୍ଠତ୍ୱ ହାସଲ ପାଇଁ ଲକ୍ଷ୍ୟ ରଖିଛି ବୋଲି କମ୍ପାନୀର ୧୦୮ ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ସଞ୍ଜିବ୍ ପୁରୀ କହିଛନ୍ତି । ଏହା ଆଗାମୀ ଦିନରେ ଏକ ବିକଶିତ ଶ୍ରେଷ୍ଠ ଉଦ୍ୟୋଗ ଭାବେ କାର୍ଯ୍ୟ ଜାରି ରଖିଛି । ଆଇଟିସିର ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟର ଗୁରୁତ୍ୱ ରହିଛି । କମ୍ପାନୀର ପ୍ରୟାସ ଦ୍ୱାରା ଶହଶହ ଚାଷୀ ଏବଂ ବ୍ୟବସାୟିକ ଅଂଶୀଦାର ଉପକୃତ ହୋଇପାରୁଛନ୍ତି । ଏହା ଦେଶର ୬ ନିୟୁତରୁ ଅଧିକ ଲୋକଙ୍କର ଜୀବନଜୀବିକା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି । ସମ୍ପ୍ରତି କମ୍ପାନୀର ୨୫% ରାଜସ୍ୱ ଏଫଏମଜିସି ବ୍ୟବସାୟରୁ ଉପଲବ୍ଧ ହେଉଛି । ୨୦୧୯ ଆର୍ଥିକ ବର୍ଷରେ ଏହାର ଏବିଡିଟାରେ ୫୧% ବୃଦ୍ଧି ହୋଇ ଏହା ୬୮୮ କୋଟି ହୋଇଛି । ଗତ ୨-୩ ବର୍ଷ ମଧ୍ୟରେ କମ୍ପାନୀ ଏହାର ଏଫଏମଜିସି ପୋର୍ଟଫୋଲିଓ ମଧ୍ୟରେ ଫାବେଲେ ଚକୋଲେଟ୍ କଲେକସନ୍, ଡାଏରୀ ଏବଂ ଡାଏରୀ ପାନୀୟ ଆଦି ଆର୍ଶିବାରଦ୍ସବସ୍ତି ଏବଂ ସନ୍ ଫେଷ୍ଟ୍ ୱାଣ୍ଡର ବ୍ରାଣ୍ଡ୍, ଫ୍ରୋଜେନ୍ ଫୁଡ୍, ସ୍କିନ୍ କେୟା. ପ୍ରିମିୟମ୍ ଡର୍ମାଟିକ୍ୟୁ ବ୍ରାଣ୍ଡ୍, ଲୋକପ୍ରିୟ ଚାର୍ମିସ୍ ବ୍ରାଣ୍ଡ୍ ର୍ସାଭୋଲନ୍ ଏବଂ ଫ୍ଲୋର୍ କ୍ଲିନର ହ୍ୟାଣ୍ଡ୍ ସାନିଟାଇଜର୍ ଅର୍ନ୍ତଗତ ହ୍ୟାଣ୍ଡ୍ ସାନିଟାଇଜର୍, ନିମ୍ ଉତ୍ପାଦ ଅନ୍ତର୍ଗତ ନିମାଇଲ୍ ବ୍ରାଣ୍ଡ ଆଦିକୁ ଅନ୍ତର୍ଭୁକ୍ତ କରିଛି । ଗତ ବର୍ଷ ଏଭଳି ୫୦ରୁ ଅଧିକ ଉତ୍ପାଦର ବଜାର ପ୍ରବେଶ ହୋଇଛି । କମ୍ପାନୀର ଏଗ୍ରି ବିଜ୍ନେସ୍ ମଧ୍ୟରେ ପ୍ରନ୍, ଫୁଡ୍ ସେଫ୍ ସ୍ପାଇସ୍, ପୁରୀସ୍, ଡିହାଇଡେଟେଡ୍ ଓନିଅନ୍ ପ୍ରଭୃତିକୁ ଅନ୍ତର୍ଭୁକ୍ତ କରାଯାଇଛି । କମ୍ପାନୀର ହୋଟେଲ୍ ବ୍ୟବସାୟରେ ୧୦୯ ସ୍ଥାବର ସମ୍ପତି ରହିଛି । ଏଠାରେ ୧୦,୦୦୦ରୁ ଅଧିକ ରୁମ୍ ବ୍ୟବସ୍ଥା ଅଛି । ସେହିପରି କମ୍ପାନୀର ଇନଫୋଟେକ୍ ପୋର୍ଟଫୋଲିଓ ଡିଜିଟାଲ ସମାଧାନ କ୍ଷେତ୍ରରେ କାର୍ଯ୍ୟ କରୁଛି । କମ୍ପାନୀର ଆର୍ଶିର୍ବାଦ୍ ଅଟା, ୟେପ୍ପି ନୁଡଲସ୍, ସନ୍ଫେଷ୍ଟ ୱାଣ୍ଡରଜ୍, ଡାଏରୀ ପାନୀୟ, ଫାବେଲେ ଚକୋଲେଟ୍, ସନ୍ ବିନ୍, କଫି, ମାଷ୍ଟର ସେଫ୍ ଫ୍ରୋଜନ୍ ସ୍ନାକ୍ସ୍, କ୍ଲାସ୍ମେଟ୍ ନୋଟ୍ ବୁକ୍, ଷେ୍ଯସନାରୀ, ଫିଆମା ଏବଂ ଭିଭେଲ୍ ବଡି ୱାଶ୍, ମଙ୍ଗଳଦୀପ୍ ଅଗରବତୀ ଆଦି ବେଶ୍ ଲୋକପ୍ରିୟ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ