ଆଇନଜୀବି ଆଶାନନ୍ଦ ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲା ପ୍ରତିଭା ପୂଜା ସଂସଦ ଓ ଜିଲ୍ଲା ଜିଲ୍ଲା ବୋଇତ ବନ୍ଦାଣ ସମିତିର ମିଳିତ ଆନୁକୁଲ୍ୟରେ ବରିଷ୍ଠ ଆଇନଜୀବି ସ୍ୱର୍ଗତ ଆଶାନନ୍ଦ ସାହୁଙ୍କ ବିୟୋଗରେ ଏକ ସର୍ବଦଳୀୟ ସ୍ମୃତିସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂହ, ବାମପନ୍ଥୀ ନେତା ଉମେଶ ଚନ୍ଦ୍ର ସିଂ, ନାରୀନେତ୍ରୀ ଅବନ୍ତୀ ବେହେରା, ବରିଷ୍ଠ ଆଇନଜୀବି ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ତ୍ୟାଗପୂତ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଗୋଲଖ ପଢିହାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ମୁକ୍ତାର ଖାଁ, ଅଜୟ ସାମଲ, ସଞ୍ଜୟ ରାଉତ, ମନୋଜ ଦାସ, ଗାୟକ ପ୍ରଫୁଲ୍ଲ ଦାସ, ରଣଧିର ଜେନା, ଧରଣୀଧର ସୁଆର, ଗୟାଧର ଧଳ, ସୟଦ ଅକମଲ ଅଲ୍ଲୀ, ଗୋପାଳକୃଷ୍ଣ ଜେନା, ଅଶୋକ କୁମାର ସାହୁ, ସ୍ୱପ୍ନାଂଶୁ ଦାସ, ଗୋପାଳ ମହାପାତ୍ର, ସୟଦ ମୁକ୍ତାର, ନାରାୟଣ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ