ଆଇନଜୀବୀଙ୍କୁ ଏସିଡ୍ ମାଡ଼ ଘଟଣାରେ ଆସାମୀକୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲାର ସମସ୍ତ କୋୖର୍ଟରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ ମାଡ ଘଟଣାକୁ ଇତି ମଧ୍ଯରେ ୪୮ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ପୁଲିସ ସଂପୃକ୍ତ ଅଭିଯୁକ୍ତଙ୍କ ଧରିପାରୁନି । ଗଜପତି ଜିଲ୍ଲାର ସମସ୍ତ ଓକିଲ ଆଜି ଏକତ୍ରିତ ହୋଇ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି. ଆଇନଜୀବୀମାନେ କହିଛନ୍ତିଯେ ଗଜପତି ଜିଲାରେ ଥ‌ିବା ୪ଗୋଟି କୋୖର୍ଟ ଯାଥା ପାରଳାଖେମୁଣ୍ଡି, କାଶୀନଗର, ଆର. ଉଦୟଗିରି ଓ ମୋହନା ଓକିଲ ସଂଘ ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି. ଘଟଣା ନେଇ ଆଇନଜୀବୀମାନେ କହିଛନ୍ତି ଏସିଡ୍ ମାଡ଼ରେ ଗୁରୁତର ଆଇନଜୀବୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଏଥିସହ ଓକିଲମାନଙ୍କ ସୁରକ୍ଷା ଆଇନ୍ ଲାଗୁ ପାଇଁ ମଧ୍ୟ ଦାବି କରାଯାଇଛି. ଏହି ସମସ୍ତ ସୂଚନା ଓକିଲ ସଂଘର ସଭାପତି ସ୍ୱରୂପ ପାଳ, ସଂପାଦକ ରାମକୃଷ୍ଣ ନାୟକ, ବରିଷ୍ଠ ସଦସ୍ୟ ଉମେଶ ପ୍ରସାଦ ରଥ, ସତ୍ୟନାରାୟଣ ପାଢୀ, ଅରୁଣକାନ୍ତ ପରିଡା, ସିଦ୍ଧେଶ୍ବର ମିଶ୍ର ପ୍ରମୁଖ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ