ଗଜପତି:- ସିୟୁଟିଏମ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ ୟୁନଭରସିଟି ଅଫ୍ ମ୍ୟାନେଜମେଣ୍ଟର କ୍ୟାମ୍ପସ ପକ୍ଷରୁ ବିଭିନ୍ନ ଅଞ୍ଚଳର ୩୦ ଜଣ ପ୍ରତିଷ୍ଠିତ ବ୍ୟକ୍ତି ଓ ଯୁବପିଢ଼ିଙ୍କୁ ସେମାନଙ୍କ ଅବଦାନ ପାଇଁ ମାର୍ଗଦର୍ଶନ ଏବଂ ଶିକ୍ଷିତ କରିବା କ୍ଷେତ୍ରରେ ଏକ ସ୍ବତନ୍ତ୍ର ସମ୍ଭର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ଏହି ବ୍ୟକ୍ତି ଓ ଯୁବପିଢୀ ମାନଙ୍କୁ “ସେଞ୍ଚୁରିଆନ ସାଥୀ” ଭାବରେ ସମ୍ମାନୀତ କରାଯାଇଥିଲା । ଅନ୍ୟପକ୍ଷରେ ଏଥି ସମେତ ସେମାନଙ୍କ ଶିକ୍ଷା , ଦକ୍ଷତା ଏବଂ କ୍ୟାରିଅର ବିକାଶ କ୍ଷେତ୍ରରେ ଯୁବପିଢ଼ିଙ୍କୁ ପ୍ରେରଣା ଦେବାରେ ସେମାନଙ୍କର ନିରନ୍ତର ପ୍ରୟାସର ପ୍ରଶଂସା ସ୍ୱରୂପ ସେମାନଙ୍କୁ ବିଶିଷ୍ଟ ଜନସେବା ଏବଂ ସଂଘର ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। ପାରଳାଖେମୁଣ୍ଡି କ୍ୟାମ୍ପସର ପ୍ରବେଶ ମୁଖ୍ୟ ଡକ୍ଟର ସନ୍ଦିପନ ପାଇନ୍ ସମସ୍ତ ସେଞ୍ଚୁରିଆନ ସାଥୀ’ଙ୍କୁ ବିଶ୍ୱବିଦ୍ୟାଳୟକୁ ସ୍ୱାଗତ କରିଥିଲେ। ଏହି କ୍ରମରେ ପ୍ରଶାସନିକ ନିର୍ଦ୍ଦେଶକ ଡ: ଦୁର୍ଗା ପ୍ରସାଦ ପାଢ଼ୀ ସିୟୁଟିଏମ: ଦ୍ୱାରା ପ୍ରଦାନ କରା ଯାଉଥିବା ବିଭିନ୍ନ ଦକ୍ଷତା କାର୍ଯ୍ୟକ୍ରମର ଏକ ସାରାଂଶ ପ୍ରଦାନ କରିଥିଲେ। ରେଜିଷ୍ଟ୍ରାର ପ୍ରଫେସର ଡ: ଅନିତା ପାତ୍ର ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରା ଯାଇଥିବା ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେହିଭଳି ପ୍ରଶାସନିକ ଡିନ୍ ଡ଼ଃ ଏସ୍:ପି: ନନ୍ଦ ସେଞ୍ଚୁରିଆନର ମାର୍ଗଦର୍ଶୀ ଦର୍ଶନ , “ଜୀବନ ଗଠନବ, ସମ୍ପ୍ରଦାୟକୁ ସଶକ୍ତ କରିବା” ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମାଜ ବିକାଶ ପାଇଁ ବିଶ୍ୱବିଦ୍ୟାଳୟର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ଆଲୋଚନା ସମୟରେ , ସାଥୀମାନେ ପାରଳାଖେମୁଣ୍ଡି କ୍ୟାମ୍ପସରେ ଉପଲବ୍ଧ ସୁବିଧା ଏବଂ ଭିତ୍ତିଭୂମି ପ୍ରତି ବହୁତ ସନ୍ତୋଷ ପ୍ରକାଶ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ