ଆଇନଜୀବୀଙ୍କ ପତ୍ନୀ ବିୟୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଡଭୋକେଟ ସ୍ୱର୍ଗତ ବିଶ୍ନନାଥ ସାମନ୍ତରାୟଙ୍କ ଧର୍ମପତ୍ନୀ ଦୁଲାମଣି ସାମନ୍ତରାୟଙ୍କର ୭୯ବର୍ଷ ବୟସରେ କେନ୍ଦ୍ରାପଡା ସହରର ତାଙ୍କ ଖଡିଅଙ୍ଗସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଆଡଭୋକେଟ ବଳଦେବପ୍ରସାଦ, ଡା. ସୈାର ପ୍ରସାଦ, ଆଡଭୋକେଟ ଦେବ ପ୍ରସାଦ, ପୁତ୍ରବଧୁ ପ୍ରଭାବତୀ, ଜ୍ୟୋସ୍ôନାମୟୀ, ମିନତୀ, ନାତି ଆଶୁତୋଷ, ପ୍ରତେଶ, ଝିଅ ସାଗରିକା, ଜାମାତା ପ୍ରଦୀପ ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଦେବ ପ୍ରସାଦ ମୁଖାଗ୍ନି ଦେଇଥିଲେ । ସେଠାରେ ତାଙ୍କର ପୁତୁରା ତଥା ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଶୋକ କୁମାର ସାମନ୍ତରାୟ, ଆତ୍ମୀୟ ସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପୂର୍ବତନ ନଗରପାଳ ଆଡଭୋକେଟ ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଆଡଭୋକେଟ ଦେବଦାସ ମହାନ୍ତି, ସରୋଜରାଜ ସିଂହ, ଚନ୍ଦ୍ରଭାନୁ ବରାଳ, ନିତ୍ୟାନନ୍ଦ ସ୍ୱାଇଁ, ଓକିଲ ସଙ୍ଘ ସମ୍ପାଦକ ଧର୍ନୁଧର ନାୟକ, ଅଧିକାରୀ ପ୍ରଭାତ ଦାସ, ଗୋପାଳ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମଣ ସାହୁ, ରାଖାଲ ସାମନ୍ତ, ଗଗନ ଖଟୁଆ, ମୃତ୍ୟୁଞ୍ଜୟ ସ୍ୱାଇଁ ପ୍ରମୁଖ ବହୁ ଆଇନଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଖଡିଅଙ୍ଗସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


