ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସାରୋ ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ଶରତ ମହାପାତ୍ର, ପବନ ନାୟକ, ରମେଶ ଭାରତୀ, ନାରାୟଣ ଚନ୍ଦ୍ର ଭାରତୀ, ଗଜେନ୍ଦ୍ର ସାହୁ, ସରପଞ୍ଚ ଲକ୍ଷ୍ମୀ ପ୍ରିୟଦର୍ଶନୀ ଭାରତୀ, ଜଗନ୍ନାଥ ଭାରତୀ, ବିଶ୍ୱନାଥ ବାରିକ, ଗଦାଧର ସାହୁ, ସାମ୍ବାଦିକ ଧୃବଚରଣ ବାରିକ ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ଶତପଥି, ସନ୍ତୋଷ ମହାପାତ୍ର, ପ୍ରଶାନ୍ତ ନାୟକ, ସୁନିଲ ସାହୁ, ନିରାକାର ତ୍ରିପାଠୀ, ସୁଜିତ ସାହୁ, ଉପେନ୍ଦ୍ର ପଣ୍ଡା, ଅକ୍ଷୟ ମହାପାତ୍ର, ନରେନ୍ଦ୍ର ବେହେରା,ଅନନ୍ତ ନାୟକ ପ୍ରମୁଖଙ୍କ ସମେତ ଗ୍ରାମବାସୀ ମାନେ ଏଥିରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।


