ଆଇନଜୀବୀ କିଶୋରୀ ମୋହନ ଦାସଙ୍କ ଶ୍ରାଦ୍ଧବାର୍ଷିକୀ

ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ଆଇନଜୀବୀ ସ୍ୱର୍ଗତ କିଶୋରୀ ମୋହନ ଦାସଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀରେ ବାଲେଶ୍ୱର ଓକିଲ ସଂଘର ୪ନମ୍ବର ଗୃହରେ ଅନ୍ୟତମ ବରିଷ୍ଠ ଓକିଲ ଜୟରାମ ଜେନାଙ୍କ ସଭାପତିତ୍ୱରେ ଗୁରୁବାରଦିନ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଦାସ ଜଣେ ଆଇନ ବିଶାରଦ ଭାବେ ତାଙ୍କର ମହକିଲମାନଙ୍କୁ ନ୍ୟାୟ ପ୍ରଦାନରେ ଏକ ଆଦର୍ଶ ବ୍ୟକ୍ତିତ୍ୱ ଥିଲେ ବୋଲି ଓକିଲ ସଂଘର ସଭାପତି ଆଇନଜୀବୀ ମନୋଜ ନାୟକ ମତ ପ୍ରକାଶ କରିଥିଲେ । ସେ ଓକିଲାତି ସହ ବିଭିନ୍ନ ସାମାଜିକ ଓ ସଂସ୍କାରମୂଳକ କାର୍ଯ୍ୟରେ ବହୁ ଦୃଷ୍ଟାନ୍ତ ପ୍ରଦର୍ଶନ କରିଛନ୍ତି ବୋଲି ତାଙ୍କ ଅଧିନରେ ଓକିଲାତି ଆରମ୍ଭ କରିଥିବା କେତେକ ବରିଷ୍ଠ ଓକିଲ ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇ ସ୍ୱର୍ଗତ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ଶରତ କୁମାର ମିଶ୍ର, ଚିତ୍ତରଞ୍ଜନ ମଣ୍ଡଳ, ନିରଞ୍ଜନ ପରିଡ଼ା, ଦୈତାରୀ ବେହେରା, ମଦନମୋହନ ପଣ୍ଡା, ଶିତିକୃଷ୍ଣ ଚୌଧୁରୀ, ମହେଶ ଷଡ଼ଙ୍ଗୀ, ଭବାନୀ ଶଙ୍କର ମଣ୍ଡଳ, ଦୀପ୍ତିପ୍ରକାଶ ପାଣିଗ୍ରାହୀ, ଲତିକା ରଣା, ସୁବ୍ରତ ପଣ୍ଡା, ପ୍ରିଥ୍ୟୁସ ବାନାର୍ଜୀ, ସନ୍ତୋଷ ସାହାଣୀ, ପଦ୍ମିନୀ ଜେନା, ବାଞ୍ଛାନିଧି ଦାସ, ବିଦ୍ୟାଧର ସାହୁ, ଜ୍ୟୋତିର୍ବିଦ୍ୟା ନାୟକ, ଆରତୀ ବାରିକ, ପ୍ରମୋଦ କୁମାର ପାଢ଼ୀ, ଅଭିମନ୍ୟୁ ପାକଳ ଓ ମନୋଜ କୁମାର ଖଟୁଆ ପ୍ରମୁଖ ସ୍ୱର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଏକମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ