ଆଇନ ଉଲଂଘନକାରୀଙ୍କ ଠାରୁ ୫ ହଜାର ଜୋରିମାନା ଆଦାୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତି ବେଳେ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ ଜାରି ରହିଛି । ସୋମବାର ବନ୍ତ ଥାନା ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ଆଇନ ଉଲଂଘନକାରୀଙ୍କ ଠାରୁ ୫ ହଜାର ଜୋରିମାନା ଆଦାୟ କରାଯାଇଛି । ବନ୍ତ ଥାନା ପକ୍ଷରୁ ଏମ୍‌.ଭି.ଆକ୍ଟରେ ୨ ଜଣଙ୍କ ଠାରୁ ୨ ହଜାର ଓ ମାସ୍କ ବ୍ୟବହାର କରିନଥିବା ୨ ଜଣଙ୍କ ଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଛି । ସେହିଭଳି କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ମାସ୍କ ବ୍ୟବହାର କରିନଥିବା ୪ ଜଣଙ୍କ ଠାରୁ ୨ ହଜାର ଜୋରିମାନା ଆଦାୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ