ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ଶନିବାର ପାଳିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ୍ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ, ଇଂଟରନ୍ୟାସନାଲ ଜସ୍ଟିସ୍ ମିଶନ ଇଣ୍ଡିଆ ଏବଂ ବାଲେଶ୍ୱର ସ୍କୁଲ୍ ଅଫ୍ ଇଂଜିନିୟରିଂର ମିଳିତ ସହଭାଗିତାରେ ବିଶ୍ୱ ମାନବାଧିକାର ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଲେଶ୍ୱର ସ୍କୁଲ୍ ଅଫ୍ ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ପରିସରରେ ଆୟୋଜିତ ଆଇନ ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ଜଜ୍ ପୋକ୍ସୋ ଜଜ ରଂଜନ କୁମାର ସୁତାର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଚିନ୍ତାମଣି ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସଂଜୀବ ରଂଜନ ସାମନ୍ତ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପ୍ରିୟରଂଜନ ଓଝା, ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ବାଲେଶ୍ୱର ସ୍କୁଲ ଅଫ୍ ଇଂଜିନିୟରିଂର ଅଧ୍ୟକ୍ଷ କରୁଣାକର ମହାଳିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ଓ ମାନବାଧିକାର ସୁରକ୍ଷା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ବିସ୍ତୃତ ଅଲୋଚନା କରିଥିଲେ । ଇଂଟରନ୍ୟାସନାଲ ଜଷ୍ଟିସ ମିଶନ ଇଣ୍ଡିଆର ପ୍ରୋଗ୍ରାମର ଅମିତ୍ ନାୟକ ସ୍ଲାଇଡ୍ ସୋ ମାଧ୍ୟମରେ ମାନବଧିକାର ସୁରକ୍ଷା ଆଇନଗୁଡ଼ିକୁ ପ୍ରଦର୍ଶିତ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ୟାନେଲ ଲୟର ସତ୍ୟେନ୍ଦ୍ର ଉମାଶଙ୍କର ରାଉତ୍ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ