ଆଇପିଓରୁ ୧୫ଠଠକୋଟି ସଂଗ୍ରହ କଲା ଟିସିଆଇଏଲ୍

ନୂଆଦିଲ୍ଲୀ, (ଏଜେନ୍ସି): ସାର୍ବଜନିକ କ୍ଷେତ୍ରର ଟେଲିକମ୍ୟୁନିକେସନ କନ୍‍ସଲ୍‍ଟାନ୍ସ ଇଣ୍ଡିଆ ଲିମିଟେଡ଼୍ (ଟିସିଆଇଏଲ୍) ନିଜ ପ୍ରାରମ୍ଭିକ ସାର୍ବଜନିକ ନିର୍ଗମ (ଆଇପିଓ)ରୁ ପାଖାପାଖି ୧୫୦୦କୋଟି ଟଙ୍କା ସଂଗ୍ରହ କରିବାକୁ ଆଶା ପ୍ରକାଶ କରିଛି । ଏହା ଏଥିମଧ୍ୟରୁ ପାଖାପାଖି ୬ଶହ କୋଟି ଟଙ୍କା ବିସ୍ତାର ଓ କାର୍ଯ୍ୟଶୀଳ ପୁଞ୍ଜି ଆବଶ୍ୟକତା ପାଇଁ ଭିନ୍ନ ଭାବେ ରଖିବାକୁ ଚାହୁଁଛି । ଟିସିଆଇଏଲ୍ର ଆଇପିଓ ବର୍ଷ ମଧ୍ୟରେ କୌଣସି ବି ସମୟରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି । ଟିସିଆଇଏଲ୍ ସେହି ୬ସାର୍ବଜନିକ କ୍ଷେତ୍ରର ଉପକ୍ରମରେ ପ୍ରତିଷ୍ଠିତ ଯାହାର ସାର୍ବଜନିକ ନିର୍ଗମ ଜାରି କରି ସେମାନଙ୍କ ଶେୟାରକୁ ବଜାରରେ ସୂଚିବଦ୍ଧ କରିବାର ପ୍ରସ୍ତାବ ରହିଛି । ଟିସିଆଇଏଲ୍ର ଆଇପିଓରେ ସରକାରଙ୍କ ୧୫%ପର୍ଯ୍ୟନ୍ତ ବିକ୍ରି କରିବାର ଯୋଜନା ରହିଛି । ଏହା ମାଧ୍ୟମରେ ପାଖାପାଖି ୯ଶହ କୋଟି ଟଙ୍କା ସଂଗ୍ରହ କରିବାର ସମ୍ଭାବନା ରହିଛି । ଏହା ବ୍ୟତୀତ ଟିସିଆଇଏଲ୍ ୧୦% ନୂଆ ଶେୟାର ଜାରି କରିବାକୁ ଚାହୁଁଛି । ଯଦ୍ୱାରା କମ୍ପାନୀକୁ ୬୦୦କୋଟି ଟଙ୍କା ମିଳିବ । କମ୍ପାନୀର ଆଇପିଓ ଯୋଜନା ସହିତ ସମ୍ପୃକ୍ତ ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ଟିସିଆଇଏଲ୍ ଆସନ୍ତା ଆଇପିଓରେ ୧୦% ନୂଆ ଶେୟାର ଜାରି କରି ୬ଶହ କୋଟି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛି । ବଳକା ରାଶି ସରକାରଙ୍କ ନିକଟକୁ ଯିବ । ପ୍ରକାଶ ଯେ ଟିସିଆଇଏଲ୍ ଭାରତ ନେଟ୍ର ପରିଯୋଜନା ସମେତ ଅନ୍ୟ ଅନୁବନ୍ଧ ଉପରେ କାମ କରୁଛି । ଏହାକୁ କାର୍ଯ୍ୟଶୀଳ ପୁଞ୍ଜି ଓ ପରିଯୋଜନାର ଅର୍ଥପୋଷଣ ପାଇଁ ପୁଞ୍ଜିର ଆବଶ୍ୟକତା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ