ଆଇରନ୍ କ୍ରସର ବନ୍ଦ ଦାବି କରି ଧାରଣାରେ ବେଢାପାଳ ଗ୍ରାମବାସୀ
ଘଟଗାଁ, (ନାରାୟଣ ପଲେଇ) : ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ବେଆଇନ୍ କ୍ରସର ସଂଖ୍ୟା ବଢିବାରେ ଲାଗୁଥିବା ବେଳେ ଘଟଗାଁ ବ୍ଲକ୍ ରେ ଆରମ୍ଭ ହେବାକୁ ଯାଉଛି ଆଇରନ୍ କ୍ରସର୍ । ଯାହାକୁ ଆଜି ବିରୋଧ କରିବାକୁ ଯାଇ ଗ୍ରାମବାସୀ କ୍ରସର୍ ସାମ୍ନାରେ ଧାରଣାରେ ବସିଥିଲେ ଶତାଧିକ ଗ୍ରାମବାସୀ । ଜଙ୍ଗଲର ମୁଲ୍ୟବାନ୍ ଗଛକୁ ନଷ୍ଟ କରି କ୍ରସର୍ ନିର୍ମାଣ ଚାଲିଥିବା ବେଳେ ଅଂଚଳବାସୀ ବିରୋଧ କଲେ ମିଳୁଛି ଧମକ୍ । ଏହି କ୍ରସର୍ ନିର୍ମାଣ ପାଇଁ ଗ୍ରାମ୍ୟ ଜଙ୍ଗଲ ସହ ପାଖରେ ଥିବା ଚାଷ ଜମି ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ଯାଉଛି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଉତେଜନା ପ୍ରକାଶ କରିଛନ୍ତି । ଅନ୍ୟପଟେ ରାଜସ୍ୱ ବିଭାଗ ଓ ବନ ବିଭାଗ ଠାରୁ କୌଣସି ଅନୁମତି ମିଳିନଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦିନଗରେ ନିରବତା ଚିନ୍ତାର କାରଣ ପାଲଟିଛି । ଅନ୍ୟପକ୍ଷରେ ଘଟଗାଁ ସମ୍ପର୍କରେ ଘଟଗାଁ ତହସିଲ୍ଦାର ଙ୍କୁ ଅବଗତ କରାଇବାରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଫେଇ ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବେଢାପାଳ ଗାଁ । ଗାଁ ଜଙ୍ଗଲ ମଧଯୟରେ ନିର୍ମାଣ ହେଉଛି ଆଇରନ୍ କ୍ରସର୍ । କ୍ରସର୍ ପାଇଁ ଜଙ୍ଗଲ ମଧ୍ୟରେ ଗଛ କାଟି ଉସାର କରାଯାଉଛି । କ୍ରସର ପାଇଁ ନିର୍ମାଣ ହୋଇଥିବା ପାଚେରୀ ମଧ୍ୟରେ ରହିଛି ଶହ ଶହ ଗଛ । କିନ୍ତୁ ଏଥିପାଇଁ ନା ମିଳିଛି ବନ ବିଭାଗର ଅନୁମତି ନା ମିଳିଛି ରାଜସ୍ୱ ବିଭାଗର ଅନୁମତି । ଏଠାରେ ପୂର୍ବରୁ ଏକ ଷ୍ଟୋନ୍ କ୍ରସର୍ ରହିଥିଲା । ବର୍ତମାନ ଏହାକୁ ବଡକରାଯାଇ ଆଇରନ୍ କ୍ରସର କରାଯାଉଛି । ଆଇରନ୍ ଟ୍ରକ୍ ଯିବା ଆସିବା ପାଇଁ ଆବସ୍ୟକୀୟ ଓସାରିଆ ରାସ୍ତା ଓ ଆଇରନ୍ ଡମ୍ପ ପାଇଁ ଆବଶ୍ୟକ ପର୍ଯ୍ୟନ୍ତ ସ୍ଥାନ ହାତେଇ ନେଇଛି । କିନ୍ତୁ ଏହି ରାସ୍ତା ଓସାର ପାଇଁ କ୍ରସର୍ ମାଲିକ ମନମୁଖି ଭାବେ ଅନେକ ଗଛ ମଧ୍ୟରେ ମାଟି ପକାଇବା ସହିତ କ୍ରସର୍ ଆୟତନ ବୃଦ୍ଧି ପାଇଁ ହଜାର ହଜାର ଗଛକୁ ପାଚେରୀ ବୁଲାଇଦେଇ ରଖିଛି । ଆରରନ୍ ଡମ୍ପ ପାଇଁ ସମତଳ କରାଯାଇଥିବା ସ୍ଥାନରୁ ଗଛ ସବୁ ସଫା କରି ଦିଆଯାଇଛି । ସବୁ ଠାରୁ ବଡ କଥା କ୍ରସର ନିର୍ମାଣ ପାଇଁ ଗାଁରେ ଏକ ପଲ୍ଲିସଭା ହୋଇ ଗ୍ରାମବାସୀ ମତ ବୁଢିବା କଥା କିନ୍ତୁ ତାହା ମଧଯୟ କାର୍ାଇନାହିଁ । ଯାହାଫଳରେ ଆଜି ବେଢାପାଳ ଗ୍ରାମବାସୀ କ୍ରସରକୁ ବନ୍ଦ କରିବା ସହିତ ଧାରଣାରେ ବସିଥିଲେ । କ୍ରସର ପାଇଁ କୃଷି ଜଙ୍ଗଲ ନଷ୍ଟ ହେବାକୁ ଯାଉଥିବା କାରଣରୁ ଗ୍ରାମବାସୀ ଏହାକୁ ବିରୋଧ କରୁଥିବା ବେଳେ ଓଲଟା କ୍ରସର ମାଲିକ ନାଲି ଆଖି ଦେଖାଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ପରେ ଧାରଣାରେ ବସିଥିବା ଲୋକ ମାନଙ୍କୁ କ୍ରସର ପରିଚାଳକ ବୁଢାଇବାକୁ ଆସିଥିଲେ, କିନ୍ତୁ ତାଙ୍କୁ ମଧ୍ୟ ହଟହଟା କରିଥିଲେ ଗ୍ରାମବାସୀ, ଏନେଇ ଆମେ ତାଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ କ୍ୟାମେରା ସାମ୍ନାରେ କିଛି କହିଲେ ନାହିଁ । ଏ ସମ୍ପର୍କରେ ଗ୍ରସାମବାସୀ ସ୍ଥାନୀୟ ତହସିଲ୍ଦାର, ରେଞର ସମେତ ଜିଲ୍ଲାପାଳ, ଡି.ଏଫ୍.ଓଙ୍କୁ ମଧ୍ୟ ଜଣାଇଛନ୍ତି । କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନଥିବାରୁ ଆଜି ସକାଳୂ ଧାରଣାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଏ ସମ୍ପର୍କରେ ଆମେ ଘଟଗାଁ ତହସିଲ୍ଦାର୍ ଙ୍କୁ ଅବଗତ କରାଇବାରୁ ସେ ଆମେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଫୋନ୍ଯୋଗେ କହିଛନ୍ତି । ତେବେ ଆଇରନ୍ କ୍ରସରକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରୁଥିବା ବେଳେ ଦେଖିବାକୁ ବାକି ରହି ଲା ଏ ଦିଗରେ ବିଭାଗୀୟ ଅଧିକାରୀମ ମାନେ କଣ ପଦକ୍ଷେପ ନେଉଛନ୍ତି ।


