ଅକ୍ଷୟ ପାତ୍ରଙ୍କ ମୃତ୍ୟୁ ଘଟଣା : ପୋଲିସ ତଦନ୍ତରେ ଅସନ୍ତୋଷ ହୋଇ ୧୮ରେ ବ୍ରାହ୍ମଣୀଗାଁରେ ବନ୍ଦ ଡାକରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିନାରୀ-ନୂଆଗାଁ ଅକ୍ଷୟ ପାତ୍ରଙ୍କ ମୃତ୍ୟୁ ଘଟଣା ଏକ ମାସରୁ ଉର୍ଦ୍ଧ ହୋଇଯାଇଛି। ଏହି ମୃତ୍ୟୁ ଘଟଣାରେ ପୋଲିସ ପ୍ରଶାସନଙ୍କ ତଦନ୍ତରେ ଅସନ୍ତୋଷ ହୋଇ ଆଞ୍ଚଳିକ ଦୁର୍ନୀତି ନିବାରଣ କମିଟି କନ୍ଧମାଳ, ଆବାହକ ମଣ୍ଡଳୀ ପକ୍ଷରୁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ବାସୀଙ୍କୁ ନେଇ  ୧୮ତାରିଖ (ଶନିବାର) ଦିନ ଏହାର ପ୍ରତିବାଦରେ ବ୍ରାହ୍ମଣୀଗାଁରେ ବନ୍ଦ ଡାକରା ଦେଇ ଥିବା ସୂଚନା ରହିଛି। ପ୍ରକାଶ ଥାଉକି, ଆଞ୍ଚଳିକ ଦୁର୍ନୀତି ନିବାରଣ କମିଟି କନ୍ଧମାଳ, ସଭାନେତ୍ରୀ ଚନ୍ଦ୍ରମା ପାତ୍ର, ସମ୍ପାଦିକା ପ୍ରେମାଞ୍ଜଳି ଦାନାବିଷୋୟୀ, ସାଧାରଣ ସମ୍ପାଦକ ଗୋପାଳକୃଷ୍ଣ ରଣଷଣ୍ଢ, ଆରନ ନାୟକ, ଦିବ୍ୟସିଂହ ପାତ୍ର, ଜଗନ୍ନାଥ ପାତ୍ର ପ୍ରମୁଖ ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ଯାଇ ତହସିଲଦାର ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଙ୍କୁ ସାକ୍ଷାତ କରି ଏକ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ