ଆଇସିଆଇସିଆଇ ବ୍ୟାଙ୍କ ଓ ସ୍ମଲ ବିଜିନେସ୍ ଫିନ୍କ୍ରେଡିଟ୍ ଏମ୍ଏସ୍ଏମ୍ଇକୁ ଋଣ ପ୍ରଦାନ କରିବେ

ନୂଆଦିଲ୍ଲୀ, (ଏଜେନ୍ସି): ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଏନ୍ବିଏଫ୍ସି ସ୍ମଲ୍ ବିଜନେସ୍ ଫିନକ୍ରେଡିଟ୍ (ଏସବିଏଫ୍ସି) ଇଣ୍ଡିଆ ସହିତ ବୁଝାମଣା ହୋଇଥିବା ଘେଷଣା କରାଯାଇଛି । ଉଭୟ ସଂସ୍ଥା ମିଳିତ ଭାବେ ଏମ୍ଏସ୍ଏମ୍ଇଗୁଡ଼ିକୁ ଋଣ ପ୍ରଦାନ କରିବେ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୧୮ ସେପ୍ଟେମ୍ବର ୨୧ରେ ଜାରି କରାଯାଇଥିବା ସର୍କୁଲାର ଆଧାରରେ ଏହି ବୁଝାମଣା ସ୍ୱାକ୍ଷର କରାଯାଇଛି । ଏହି ବୁଝାମଣା ଅନୁଯାୟୀ ଉଭୟ ସଂସ୍ଥା ଏମ୍ଏସ୍ଏମ୍ଇଗୁଡ଼ିକୁ ସମ୍ପତି ବଦଳରେ ୧୫ ବର୍ଷିଆ ଅବଧିର ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ । ଏକ ବ୍ୟାଙ୍କ ଓ ଏନ୍ବିଏଫ୍ସି ମଧ୍ୟରେ ଏହା ଦେଶର ପ୍ରଥମ ଧରଣର ଋଣ ବୁଝାମଣା । ଉଭୟ ସଂସ୍ଥା ସହମତି ଭିତ୍ତିକ ଅନୁପାତରେ ଋଣ ପ୍ରଦାନ କରିବେ । ଆଇସିଆଇସିଆଇ ବ୍ୟାଙ୍କର ପାଣ୍ଠି ପ୍ରବାହରେ ବ୍ୟବସାୟୀକ ପ୍ରତିଷ୍ଠାନଗୁଡ଼ିକ ବେଶ୍ ଲାଭବାନ ହେବେ । ଏକ ବ୍ୟାଙ୍କ ଓ ଏନ୍ବିଏଫ୍ସି ମଧ୍ୟରେ ଏହା ପ୍ରଥମ ଧରଣର ଋଣ ପ୍ରଦାନ କାର୍ଯ୍ୟକ୍ରମ । ଏହି ଅଭିଯାନ ଜରିଆରେ ଉଦ୍ୟୋଗୀ ହେବା ପାଇଁ ଅଭିଳାଷ ରଖିଥିବା ଗ୍ରାହକଙ୍କୁ ସମର୍ଥନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁମାନେକି ଦେଶ ଅଭିବୃଦ୍ଧି କାହାଣୀରେ ଭିତିଭୂମି ପାଇଁ ସହଯୋଗିତା ପ୍ରଦାନ କରିପାରିବେ । ଏହା ଏକ ଉପସ୍ଥିତି ଓ ଅଭିଜ୍ଞତା ପୂର୍ଣ୍ଣ ସହଯୋଗିତା ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହା ଜରିଆରେ ଲଘୁ ଅନୁଷ୍ଠାନଗୁଡ଼ିକୁ ପ୍ରଯୁକ୍ତି ଜରିଆରେ ଋଣ ପ୍ରଦାନ କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ