ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା କୋଟିଏ ପର୍ଯ୍ୟନ୍ତ ତକ୍ରାଳ ଓ ପେପରଲେସ୍ ଗୃହ ଋଣ ଆରମ୍ଭ

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଦୁଇଟି ତକ୍ରାଳ ଗୃହ ଋଣ ବ୍ୟବସ୍ଥାର ଘୋଷଣା କରାଯାଇଛି । ପ୍ରଥମ ବ୍ୟବସ୍ଥାରେ ଗ୍ରାହକମାନେ ନୂଆ ଗୃହ ଋଣ ଉପରେ ତୁରନ୍ତ ମଞ୍ଜୁରୀ ପତ୍ର ହାସଲ କରିପାରିବେ । ଦ୍ୱିତୀୟ ବ୍ୟବସ୍ଥାରେ ପୁରୁଣା ଗ୍ରାହକମାନେ ଟପ୍-ଅପ୍ ଋଣ ନେଇପାରିବେ ଏବଂ ତୁରନ୍ତ ବ୍ୟାଙ୍କ ଖାତାରେ ଋଣ ରାଶି ପାଇପାରିବେ । ତେବେ ସମ୍ପୂର୍ଣ୍ଣ ଡିଜିଟାଲ୍ ଉପାୟରେ ଏହି ସୁବିଧା ମିଳିବ । ପ୍ରଥମ ସେବାକୁ ଇନଷ୍ଟାଣ୍ଟ ହୋମ୍ ଲୋନ୍ କୁହାଯାଉଛି । ଏଥିରେ ପ୍ରାକ୍ ମଞ୍ଜୁର ହୋଇଥିବା ବେତନଭୋଗୀ ଗ୍ରାହକମାନେ ବ୍ୟାଙ୍କ୍ରୁ ଡିଜିଟାଲ୍ ଉପାୟରେ ଚୂଡ଼ାନ୍ତ ଋଣ ମଞ୍ଜୁରି ପତ୍ର ହାସଲ କରିପାରିବେ ଏବଂ ୩୦ ବର୍ଷ ଅବଧିର ତକ୍ରାଳ ଏକ କୋଟି ଟଙ୍କାର ଋଣ ନେଇପାରିବେ । ବ୍ୟାଙ୍କ୍ର ଇଣ୍ଟରନେଟ୍ ବ୍ୟାଙ୍କିଂକୁ ବ୍ୟବହାର କରି ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ଫଳରେ ଏଣିକି ଋଣ ପାଇଁ ଗ୍ରାହକମାନଙ୍କୁ କାଗଜପତ୍ର ଧରି ବ୍ୟାଙ୍କ୍ ଶାଖାକୁ ଯିବାକୁ ପଡ଼ିବନି । ଚୂଡ଼ାନ୍ତ ଋଣ ମଞ୍ଜୁର ପତ୍ରକୁ ଗ୍ରାହକଙ୍କ ପଞ୍ଜୀକୃତ ଇ-ମେଲ୍ ଠିକଣାରେ ପଠାଯିବ ଏବଂ ତାହାର ବୈଧତା ଛଅ ମାସ ପର୍ଯ୍ୟନ୍ତ ରହିବ । ହେଲେ ଋଣ ଆବଣ୍ଟନ ପାଇଁ ଗ୍ରାହକଙ୍କୁ ବ୍ୟାଙ୍କ୍ ଶାଖା ସହିତ ସମ୍ପର୍କ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଦ୍ୱିତୀୟ ସେବାର ନାମ ହେଉଛି “ଟପ୍ ଅପ୍ ଲୋନ୍’ । ଯାହାକୁ ପୁରୁଣା ଗୃହ ଋଣ ଗ୍ରାହକମାନେ ହାସଲ କରିପାରିବେ । ସେମାନେ ୧୦ ବର୍ଷ ଅବଧିରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ କାଗଜବିହୀନ (ପେପରଲେସ୍) ଭାବେ ଏହି କାମ ହେବ । ଏଥିରେ ଗ୍ରାହକମାନେ ନିଜ ଖାତାରେ ତକ୍ରାଳ ଟପ୍ ଅପ୍ ରାଶି ପାଇପାରିବେ । ତକ୍ରାଳ ଋଣ ହାସଲ ପାଇଁ ଗ୍ରାହକମାନଙ୍କୁ ବ୍ୟାଙ୍କ୍ର ଇଣ୍ଟରନେଟ୍ ବ୍ୟାଙ୍କିଂ ସେବା ହାସଲ କରିବାକୁ ହେବ । ସେଥିରେ ଉପଲବ୍ଧ ଥିବା ଋଣ ମଞ୍ଜୁରି ପତ୍ରକୁ ନିଜ ଇ-ମେଲ୍ ଠିକଣାରେ ଡାଉନ୍ଲୋଡ୍ କରିବାକୁ ପଡ଼ିବ । ଟପ୍ ଅପ୍ ଋଣ ପାଇଁ ମଧ୍ୟ ଅନଲାଇନ୍ରେ ଆବେଦନ କରି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ