ଆଇ.ପି.ଏଲ୍. ବ୍ୟାଟିଂ ରେ ଟଙ୍କା ଜବତ, ୧୦ ଗିରଫ
ପାରଳାଖେମୁଣ୍ଡି,(ଯୁଗାବ୍ଦ ନ୍ୟୁଜ): ଗଜପତି ଜିଲା ଗାରାବନ୍ଧ ଥାନା ପକ୍ଷରୁ ଆଇ.ପି.ଏଲ୍. କ୍ରିକେଟ ମ୍ୟାଚରେ ବେଟିଂରେ ପୁଣି ଗିରଫ ହେଲେ ୧୦ ଯୁବକ । ଗଜପତି ଜିଲାରେ ଏପରି ବାରମ୍ବାର ଘଟୁଥିବାବେଳେ ଏଥିପ୍ରତି ଲଗାମ ଦିଆ ଯାଉନାହିଁ ବଂର ଯୁବ ଗୋଷ୍ଠି ଏହି ସିଜେନ ଖେଳରେ ଏହାକୁ ପେଶା ବୋଲି ଭାବିନେଇ ସଟାବାଜ କରିଚାଲିଛନ୍ତି । ସେହି କ୍ରମରେ ଜିଲାର ଗାରବନ୍ଧ ଥାନାରେ ମୋଟ ୪୩ହଜାର ୭୧୦ଟଙ୍କା ଜବତ କରାଯିବାସହ ୧୦ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍.ଡି.ପି.ଓ. ଠାକୁର ପ୍ରସାଦ ପାତ୍ର ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ତେବେ ଗତକାଲି ରାତିରେ ଆଇ.ପି.ଏଲ୍. କ୍ରିକେଟ ଚାଲିଥିବାବେଳେ ଏଥିପାଇଁ ନିରୀହ ଯୁବକମାନଙ୍କୁ ଠକି ଆସୁଥିବା ଏକ ଜୁଆଡିଦଳ ରହିଥିବା ପୋଲିସ ଟିମ୍କୁ ଖବର ମିଳିଥିଲା । ଖବର ପାଇ ପୋଲିସ ଗ୍ରାମରେ ଥିବା ଚାଉଳ ମିଲ ଠାରେ ଏଭଳି ଏକ ଆଇପିଏଲ୍ ବେଟିଂ ଚାଲିଥିବାବେଳେ ସେଠାରେ ଅଚାନକ ଚଢାଉ କରି ଗାରାବନ୍ଧ ଗ୍ରାମର ୧୦ଜଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୩ହଜାର ୭୪୦ଟଙ୍କା ଜବତ କରିଥିଲା । ୧୦ ଗିରଫ ମାନଙ୍କ ମଧ୍ୟରେ ରହିଛନ୍ତି ଯଥା ପି.ଭେଙ୍କଟରାଓ, ଜି. ମନୋଜ କୁମାର, କେ.ଶିବ କୁମାର, କେ.ଶିବା, କେ.ନାଗରାଜୁ, ଏସ୍.ସୁରେଶ, କେ. ଶ୍ରୀନିବାସ ରାଓ, ୟୁ.ଦେବରାଜ, ଏନ୍.ମଣୀକଣ୍ଠ, ଏମ୍. ଦାଲେୟା ପ୍ରମୁଖ । ଏନେଇ ଗାରାବନ୍ଧ ଥାନାରେ କେସ୍ ନଂ ୩୫ରେ ଏକ ମାମଲା ରୁଜୁ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଦୁଇଦିନ ପୂର୍ବେ ପାରଳାଖେମୁଣ୍ଡି ଥାନା ପକ୍ଷରୁ ସହରର ଏକ ଆଇପିଏଲ୍ ଆଡ୍ଡା ଉପରେ ଚଢାଉ କରି ୮ଜଣଙ୍କୁ ଗିରଫ କରାଯାଇଥିଲା ।