ଆଉ ରହିବନି କୋରନା ଭୟ

ଜଗନ୍ନାଥପ୍ରସାଦ ,(ସନ୍ତୋଷ କୁମାର ଜେନା ): କରୋନାରେ ଲାଗିବ ବ୍ରେକ । ସବୁଦିନ ବଢିବ ଅଧିକରୁ ଅଧିକ ଟେଷ୍ଟ । ପରୀକ୍ଷା ପରେ ଆଉ ରହିବନି ସଂକ୍ରମଣ ର ଭୟ । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଆଣ୍ଟିଜେନ ଟେଷ୍ଟ । ସେହିପରି ଜିଲ୍ଲା ପ୍ରଶାସନର ନିର୍ଦେଶକ କ୍ରମେ ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁମ୍ପାପଡା ପଞ୍ଚାୟତ ର ଗଦାଧର ପ୍ରଧାନ ହାଇସ୍କୁଲ ଠାରେ ଆରମ୍ଭ ହେଇଯାଇଛି ଆଣ୍ଟିଜେନ ଟେଷ୍ଟ । ଏହା ପରେ ମାରାତ୍ମକ ଭାଇରସ ସମ୍ପର୍କରେ ମିଳିବ ଅଧିକ ତଥ୍ୟ । ଯାହାକି ଭାଇରସ ର ମୁକାବିଲା କରିବା ପାଇଁ ସହଜ ହେବ । ତେଣୁ ନିଜ ପଞ୍ଚାୟତକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ସରପଞ୍ଚ ଯଶୋବନ୍ତ ବଳବନ୍ତ ସାହାଣୀ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପଞ୍ଚାୟତର ସବୁ ଗାଁ ଗାଁ ବୁଲି ଆଣ୍ଟି ଜେନ ଟେଷ୍ଟ ପାଇଁ ପ୍ରଚାର କରିବା ସହ ନିଜ ପଞ୍ଚାୟତରୁ କରୋନା ଭାଇରସ କୁ ହରାଇବା ପାଇଁ ନେଇଛନ୍ତି ଦୃଢ ସଂକଳ୍ପ । ଏବଂ ଲୋକଙ୍କୁ ଦେଇଛନ୍ତି ସଚେତନତାର ବାର୍ତ୍ତା । ଏହି ଆଣ୍ଟି ଜେନ ଟେଷ୍ଟ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଶା , ଅଙ୍ଗନବାଡି, ଡାକ୍ତର ଟିମ ପହଞ୍ଚି ଲୋକଙ୍କୁ ଉତ୍ସାହିତ କରିବା ସହ ଆଣ୍ଟିଜେନ ଟେଷ୍ଟ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ