ଆଉ ୨୮୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୨୬ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୯୮୮ ଜଣ ସୁସ୍ଥ ହୋଇଥିବାବେଳେ ୧୭୪୦ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ୨୬, ଝାରସୁଗୁଡ଼ାରେ ୨୩, ବାଲେଶ୍ୱରରେ ୩, କଟକରେ ୪, ଯାଜପୁରରେ ୬, ପୁରୀରେ ୯, ଅନୁଗୁଳରେ ୧, ଜଗତସିଂହପୁରରେ ୧୧, କନ୍ଧମାଳରେ ୧୭, ଗଞ୍ଜାମରେ ୭୫, ଗଜପତିରେ ୭୬, ସୁନ୍ଦରଗଡ଼ରେ ୧, ସମ୍ବଲପୁରରେ ୧୩, ବଲାଙ୍ଗୀରରେ ୧, ମୟୂରଭଞ୍ଜରେ ୬, କୋରାପୁଟରେ ୧, ନୟାଗଡ଼ରେ ୧ ଓ ୮୭ ଏନଡ଼ିଆରଏଫ ଯବାନ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ୧୨୫ ଜଣ ସୁସ୍ଥ ହୋଇଥିବା ସୂଚନା ପ୍ରଦାନ କରାଯାଇଛି ।