ଆଓଲା କାର୍ଯ୍ୟକର୍ତ୍ତାଙ୍କୁ ଗଞ୍ଜାମ ଓକିଲଙ୍କ ସମ୍ବର୍ଦ୍ଧନା

ବ୍ରହ୍ମପୁର, (ଅନିଲ କୁମାର):ନିକଟରେ ଭଞ୍ଜନଗରରେ ଅନୁଷ୍ଠିତ ୫୩ତମ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀରେ ନିର୍ବାଚିତ ହୋଇଥିବା ଗଞ୍ଜାମ ଓକିଲ ସଂଘର ତିନି ଜଣ ବରିଷ୍ଠ ଆଇନଜୀବୀ ଶ୍ରୀ ରଘୁନାଥ ପ୍ରସାଦ ପାଣିଗ୍ରାହୀ,ଶ୍ରୀ ନୟନ ଚନ୍ଦ୍ର ମହାପାତ୍ର ଓ ଶ୍ରୀ କୁଞ୍ଜ ବିହାରୀ ପଣ୍ଡାଙ୍କୁ ଗଞ୍ଜାମ ଓକିଲ ସଂଘର ବହୁ ସଦସ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀ ନୟନ ଚନ୍ଦ୍ର ମହାପାତ୍ର ଓ ଶ୍ରୀ ରଘୁନାଥ ପାଣିଗ୍ରାହୀ ଉପ-ସଭାପତି ଭାବରେ ଓ କୁଞ୍ଜବିହାରୀ ପଣ୍ଡା ସହ- ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବାରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘକୁ ଗଞ୍ଜାମ ଓକିଲ ସଙ୍ଘ ସଦସ୍ୟ ମାନେ ଧନ୍ୟବାଦ ଦେଇଛନ୍ତି । ନିର୍ବାଚିତ ସଦସ୍ୟ ମାନେ ସମର୍ଦ୍ଧନା ସଭାରେ କହିଛନ୍ତି ସେମାନେ ଓକିଲ ସ୍ୱାର୍ଥ ଓ ବୃତ୍ତିଗତ ନୈତିକତା ରକ୍ଷା ଦିଗରେ କାମ କରିବେ l ସଙ୍ଘର ରାଜ୍ୟ ସଭାପତି ଶ୍ରୀ ଶିଶିର ପାଡ଼ି ଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସ୍ୱାସ୍ଥ୍ୟର ଶୀଘ୍ର ଆରୋଗ୍ୟ କାମନା କରାଯାଇ ଥିଲା l ଆଜିର ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ଆଇନଜୀବୀ ପୀତବାସ ପଣ୍ଡା,ଅଶୋକ ଶୁକ୍ଲ ,ବିରଞ୍ଚି ନାରାୟଣ ମହାପାତ୍ର, ହିରକ୍ ରଥ,ଅରୁଣ ବିଶ୍ଵାଳ ,ମଦନ ପାତ୍ର ,ସଞ୍ଜୟ ମିଶ୍ର ,ବରୁଣ ଗୌଡ଼, କମଳ ପଣ୍ଡା ରାମ କୃଷ୍ଣ ମହାରଣା ,ରାମଚନ୍ଦ୍ର ପଣ୍ଡା ,ସନ୍ତୋଷ ସାହୁ, ସୁଧାଂଶୁ ସେଠୀ ,ସଞ୍ଜୟ ଜେନା ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ