ଆକଜୋନୋବେଲ ପକ୍ଷରୁ ସ୍ପାଇସଡ ହନିର ଉନ୍ମୋଚନ
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱର ଅଗ୍ରଣୀ ରଙ୍ଗ ଓ କୋଟିଂ କମ୍ପାନୀ ତଥା ଭାରତରେ ଡ୍ୟୁଲକ୍ସ ପେଣ୍ଟସର ର୍ନିମାତା ଆକଜୋନୋବେଲ ପକ୍ଷରୁ ସ୍ପାଇସଡ ହନିକୁ ୨୦୧୯ ବର୍ଷର ରଙ୍ଗ ଭାବେ ଉନ୍ମୋଚନ କରାଯାଇଛି । ଗ୍ରାହକଙ୍କ ବ୍ୟବହାର, ମନର କଥା ଏବଂ ବିଶ୍ୱ ସ୍ତରୀୟ ଟ୍ରେଣ୍ଡକୁ ନେଇ କରାଯାଇଥିବା ବିଶେଷଜ୍ଞ ଗବେଷଣା ଆଧାରରେ ଏହା ପ୍ରସ୍ତୁତ କରାଯାଇଛି । ଭାରତରେ ଡ୍ୟୁଲକ୍ସର ବ୍ରାଣ୍ଡ ଆମ୍ବାସଡର ଫରହାନ ଅଖତର ସ୍ପାଇସଡ ହନିକୁ ଉନ୍ମୋଚନ କରିଛନ୍ତି । ଏହା ସଦ୍ୟତମ ରଙ୍ଗ ଟ୍ରେଣ୍ଡ ଏବଂ ଇଣ୍ଟେରିୟର ଥିମ ଉପରେ ପର୍ଯ୍ୟବେସିତ । ଆକଜୋନୋବେଲର ଅଭିନବ ଏବଂ ଡିଜିଟାଲ ଉପକରଣ ସହିତ ଗ୍ରାହକମାନେ ଡିଜିଟାଲ ଭାବେ ରଙ୍ଗର ପ୍ରଭାବକୁ ଅନୁଭବ କରିପାରିବେ । ବର୍ଷର ରଙ୍ଗ ଅଧୀନରେ ଥିବା ସ୍ପାଇସଡ ହନି ୪ ପ୍ରକାର ରଙ୍ଗ ପାଲେଟକୁ ଅନୁପ୍ରାଣିତ କରୁଛି । ତାହା ହେଉଛି ୱାର୍ମ ନିଉଟ୍ରାଲ, ସଫ୍ଟ ପାଷ୍ଟେଲ, ଇଟେନସ ପିଗମେଣ୍ଟସ ଓ ବୋଲ୍ଡ ବ୍ରାଇଟ ପାଲେଟ । ପ୍ରତିଟି ଥିମ୍କୁ ହନିର ବିଭିନ୍ନ ଉପାଦାନ ଏବଂ ବିଭିନ୍ନ ପ୍ରକାର ଟୋନ୍-ପ୍ରାକୃତିକ, ଅସୀମ ଏବଂ ସହନଶୀଳ, ସୁରକ୍ଷା, ନବଜୀବନ ଏବଂ ଉପଶମରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି ।


