ଆକାଂକ୍ଷା ଓ ଜ୍ଞାନ ପ୍ରକାଶ ସଂଗଠନ ଦ୍ୱାରା ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖା ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ଉକ୍ତ ସଭାରେ ଭକ୍ତି ସଙ୍ଗୀତ ସଂସଦ ର ସମ୍ପାଦକ ଶ୍ରୀ ପୂର୍ଣ୍ଣ ରଥ,ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ, ଜ୍ଞାନ ପ୍ରକାଶ ର ସଭାନେତ୍ରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ମୁଖ୍ୟ ଅତିଥି ରୂପେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମଞ୍ଚାସୀନହୋଇ ମାତୃଭାଷାର ଗୁରତ୍ୱ ଉପରେ ନିଜର ଅଭିଭାଷଣ ରଖିଥିଲେ।ଏହି ଆଲୋଚନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା,ଶ୍ରୀ ବିଧ୍ୱତ ମିଶ୍ର,ଶ୍ରୀ ରାଜେନ୍ଦ୍ର ରଥ, ଆକାଂକ୍ଷା ମହିଳା ସଙ୍ଗଠନର ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ, ଶ୍ରୀ ହରିମୋହନପଟ୍ଟନାୟକ,ବରିଷ୍ଠ ଶିକ୍ଷକ ଶ୍ରୀ ମନୋଜ ପଣ୍ଡା,ଶ୍ରୀ ଶଶୀଭୂଷଣ ପଟ୍ଟନାୟକ,ଶ୍ରୀ ଅରକ୍ଷିତ ଜେନା, ଶ୍ରୀମତୀବବିତା ପୁରୋହିତ, ଶ୍ରୀମତୀ ଇତିଶ୍ରୀ ମହାପାତ୍ର,ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀମତୀ ସଙ୍ଗୀତା ପାତ୍ର, ଶ୍ରୀମତୀ ଗୀତା ପାତ୍ର,ଶ୍ରୀ ବିଜୟ ପ୍ରଧାନ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ। ଶ୍ରୀ ରାଜେନ୍ଦ୍ର ରଥଙ୍କର ଧନ୍ୟବାଦସହ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ