ପାରଳାରେ ୨ ନାବାଳାକ ଘରୁ ନିଖୋଜ ୪ ଦିନ ବିତିଲା,ପୋଲିସର ତନାଘନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ୨ ନମ୍ବର ୱାର୍ଡ ଅନ୍ତର୍ଗତ ତେଲିଶୁଣ୍ଠି ସାହି ଓ ତେଲିମେଲା ସାହିର ଦୁଇ ଜଣ ନାବାଳକ ଘରୁ ନିଖୋଜ ଥିବା ସୂଚନା ମିଳିଛି. ଗତ ୨୦ ତାରିଖ ଠାରୁ ଏହି ୨ ଜଣ ନାବାଳକ ଘରୁ କେଉଁଆଡେ ପଳାଇଯାଇଛନ୍ତି. ଘଟଣାଟି ଘଟି ୪ ଦିନ ବିତି ଯାଇଥିଲେ ସୁଦ୍ଧା ଏମାନେ ଘରକୁ ଫେରି ନାହାନ୍ତି. ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏମାନଙ୍କ ସନ୍ଧାନରେ ତନାଘନ ଚଳାଇଥିବା ସୂଚନା ମିଳିଛି । ଏହି ୨ ନାବାଳକଙ୍କ ନାମ ହେଲା ରୋହିତ କୁମାର ସାହୁ (୧୪) ଓ ଏମ୍. ପବନକୁମାର (୧୪) । ଉଭୟେ ଅଲଗା ଅଲଗା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ରୋହିତ ମହେନ୍ଦ୍ର ହେନ୍ଦ୍ରଗିରି ବିଦ୍ୟାଳୟରେ ପୌର ସରକାରୀରେ ପଢୁଥିବାବେଳେ ପବନ କୁମାର ଜେଏ ଜେଏନଭି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଘଟଣାରୁ ପ୍ରକାଶ ଯେ, ଗତ ୨୦/୨/୨୦୨୪ ତାରିଖ ବିଳମ୍ବିତ ରାତିରେ ଦୁଇ ସାହିର ତଥା ଆମନା ସାମନାରେ ଥିବା ଘରରୁ କେଉଁଆଡେ ଚାଲିଯାଇଥୁବାର ପ୍ରକାଶ କରିଛନ୍ତି ଦ୍ଵୟ ନାବାଳକଙ୍କପିତା । ଏହି ଦୁଇ ଜଣ ବିଳମ୍ବିତ ରାତ୍ର ପ୍ରାୟ ୧୧ଟା୩୦ ଘଣ୍ଟା ସମୟରେ ପାଠ୍ୟପୁସ୍ତକ ମଗାମଗି କରୁଥିବାର ପରିବାର ଲୋକେ କହିଛନ୍ତି । ଏହାପରେ କେଉଁ ଆଡେ ଚାଲିଯାଇଥୁବାର ସନ୍ଦେହ କରୁଛନ୍ତି ପରିବାର ଏବଂ ସାହି ଲୋକେ । ଘରୁ ଏମାନେ କୌଣସି ଟଙ୍କା କିମ୍ବା ସାମଗ୍ରୀ ନେଇ ନଥୁବା ବେଳେ ରୋହିତ ସତ ରଖୁଥୁବା ମାଟିରେ ନିର୍ମିତ ସତ ପାତ୍ରକୁ ନେଇଯାଇଛନ୍ତି । ସେହିପରି ପବନକୁମାର କିଛି ପୋଷାକ ନେଇଗ ର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏମାନେ କେଉଁ ଆଡେ ଗଲେ, କୁଆଡେ ଗଲେ କାହାରି ପାଖରେ ଖବର ନାହିଁ । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୋହିତଙ୍କ ପିତା ଚନ୍ଦ୍ର ଶେଖର ସାହୁ ଲିଖ୍ତ ଅଭି ଯୋଗ କରିଛନ୍ତି । ଅନ୍ୟଜଣେ ନାବାଳକ ପବନଙ୍କ ପିତା ଏମ୍. ଗଣେଶ ଯିଏକି ହୋମଗାର୍ଡ ଭାବେ କାର୍ୟ୍ୟକରର୍ତ୍ତି ସେ ଲିଖିତଅଭିଯୋଗ କରି ଖୋଜାଖୋଜି କରୁଛି ବୋଲି କହିଛନ୍ତି । ଉଭୟଙ୍କ ପିତା ତଥା ପରିବାର ଲୋକେ ସମଗ୍ର ସହର ସମେତ ସାହି ପଡିଶା, ନିକଟ ସମ୍ପର୍କିୟ, ସାଙ୍ଗ ସାଥ୍ଙ୍କୁ ପଚରା ଉଚରା କରି ଖୋଜା ଖୋଜି କରୁଛନ୍ତି । ଘଟଣାକୁ ଦୁଇ ଦିନ ବିତିଗଲେ ହେଁ ବର୍ତ୍ତମାନ ପର୍ୟ୍ୟନ୍ତ ଏହି ନାବାଳକ ଦ୍ୱୟଙ୍କ କୌଣସି ପତ୍ତା ମିଳିପାରିନି । ରୋହିତ ଓଡିଆ, ହିନ୍ଦି ଓ ତେଲୁଗୁ ଜାଣି ଥିବା ବେଳେ ପବନ ମଧ୍ୟ ସମାନ ଭାଷା ଜାଣିଛନ୍ତି । ଯେ କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କୁ ଦେଖୁଲେ ତୁରନ୍ତ ନିକଟସ୍ତ ପୋଲିସ ଷ୍ଟେସନ କି ମ୍ବା ୬୩୭୨୩୬୬୩୫୨/ ୭୦୯୩୪୩୫୬୨୧ ଯୋଗାଯୋଗ କରିବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଲିଖିତ ଅଭିଯୋଗ ପାଇବା ପରେ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି.


