ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲା ର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସିଧାମଡଙ୍ଗ ଠାରେ ମାତୃ ଦିବସ ପାଳନ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି । ସଙ୍ଗଠନ ର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି ନିଜର ବକ୍ତବ୍ୟ ମାଧ୍ୟମ ରେ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସଖୀ ୱାନ ଷ୍ଟପ କେନ୍ଦ୍ର ଷ୍ଟାପ ଶ୍ରୀମତୀ ପ୍ରଣତୀ ଦାସ ଯୋଗ ଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିଧା ମଡଙ୍ଗ ର ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ କବିତା ପାଲକା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ମାତୃ ଦିବସ ର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ ସଂପର୍କ ରେ ବୁଝାଇ କହିଥିଲେ। ଅନ୍ୟାନ୍ୟ ସଦସ୍ୟା ମାନେ ଯଥା ସୁନୀତା ବେହେରା, ଭାରତୀ ପାଲକା ଡ଼ି.ଭାଗ୍ୟ ଶ୍ରୀ ପାଲକା, ସଂଧ୍ୟା ରାଣୀ ପାଲକା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଏହାର ଶେଷ ଭାଗରେ ମହିଳା ମାନଙ୍କୁ ଗୀତ, ନାଚ, ମିଉଜିକ ଚେୟାର ଖେଳ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା। ସମସ୍ତ ପ୍ରତିଯୋଗି ମାନଙ୍କୁ ଯଥା ରଶ୍ମି ପାଲକା ଗୀତରେ, ତ୍ରିବେଣୀ ପାଲକା ନାଚରେ,ଓ ସଂଧ୍ୟା କରାଇ, ଆଖିଲା ପାଲକା ମିଉଜିକ ଚେୟାର ପୁରସ୍କାର ବିତରଣ କରାଯାଇଥିଲା। କବିତା ପାଲକା ଙ୍କୁ ସମ୍ମାନିତ କରାଯାଇଥିଲା। ସର୍ବ ଶେଷ ରେ ମୋହିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ