ଆକାଂକ୍ଷୀ ଜିଲ୍ଲା ଗୁଡିକର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ୧୩ତମ ପ୍ରତିଷ୍ଠା ଦିବସ 

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାରେ ପ୍ରତିଷ୍ଠିତ ଓଡ଼ ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବିକେ ଅଂଚଳ ତଥା ଆକାଂକ୍ଷୀ ଜିଲ୍ଲା ଭାବରେ ପରିଗଣିତ କଳାହାଣ୍ଡି, ବଲାଙ୍ଗିର ଏବଂ କୋରାପୁଟ ସମେତଦେଶର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିବିଧ ସଂସ୍କୃତିରେ ଭରପୁର କୋରାପୁଟ ବିକାଶର ପ୍ରୟୋଗଶାଳା ।ବିଶ୍ୱବିଦ୍ୟାଳୟର ସାର୍ଥକତା ସେବେ ପୂରଣ ହେବ ଯେବେ ବିଶ୍ୱବିଦ୍ୟାଳୟ ଅବିଭକ୍ତ କୋରାପୁଟ ଅଂଚଳର ଆଦିବାଦୀ ସଂସ୍କୃତି ଏବଂ ଗରିବ ଲୋକ ମାନଙ୍କର ଜୀବନଧାରଣା ପଦ୍ଧତି ଓ ସାମଗ୍ର ିକ ବିକାଶ କରିବାରେ ଶିକ୍ଷାର ମନ୍ଦିର ହେବ । ବିଶ୍ୱବିଦ୍ୟାଳୟର ଭୂମିକା କେବଳ ଶିକ୍ଷାଦାନରେ ସୀମିତ ନୁହେଁ ବରଂ ଦେଶର ଯୁବପିଢ଼ିଙ୍କ ସର୍ବାଙ୍ଗୀନ ବିକାଶରେ ଏକ ଅତୁଳନୀୟ ଭୂମିକା ନିର୍ବାହ କରେ । ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରୋତ୍ସାହନ ଦେବା ସହ ବୌଦ୍ଧିକ ଶକ୍ତିକୁ ଉଜ୍ଜିବୀତ କରେ । ଯୁବପିଢ଼ିଙ୍କ ଚରିତ୍ର ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିଶ୍ୱବିଦ୍ୟାଳୟରେ ଥିବା ପ୍ରାଧ୍ୟାପକଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାସ୍ତବିକ କ୍ଷମତାକୁ ଚିହ୍ନିବାରେ ପ୍ରାଧ୍ୟାପକମାନେ ସହାୟକ ହେଉଛନ୍ତି । ଭାରତରେ ଥିବା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ କ୍ଷମତାକୁ ବିକାଶିତ କରିବାରେ ପରିଶ୍ରମ କରୁଛନ୍ତି ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ସମର୍ଥ କରୁଛନ୍ତି । ଏକବିଂଶ ଶତାବ୍ଦୀରେ ଶିକ୍ଷା କ୍ଷେତ୍ରରେ ମୂଳଭୂତ ପରିବର୍ତନ ଆଣିବା ତଥା ସମସ୍ତଙ୍କ ପାଇଁ ଶିକ୍ଷା, ସୁଲଭ, ସମାନ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ତିନି ଦଶନ୍ଧିରୁ ଅଧିକ ବ୍ୟବଧାନ ପରେ ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି -୨୦୨୦ ଅଣାଯାଇଛି । ଏକବିଂଶ ଶତାବ୍ଦୀର ନୂତନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ହେଲେ ଓଡ଼ିଶାର ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ କଠିନ ପରିଶ୍ରମ ମାଧ୍ୟମରେ ଦକ୍ଷ ତଥା ପ୍ରତିବଦ୍ଧ ନାଗରିକଙ୍କୁ ସୃଷ୍ଟି କରିବାକୁ ପଡିବ । ଏହି ବିଶ୍ୱବିଦ୍ୟାଳୟ ରାଜ୍ୟରେ ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବା ଦିଗରେ ଉଦାହରଣ ହେବା ଉଚିତ୍ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ