ଆକାଉଣ୍ଟକୁ ରେପୋ ରେଟ୍ରେ ସଂଯୋଗ କଲା ଏସ୍ବିଆଇ ମଇ ୧ରୁ ସେଭିଂରେ ମିଳିବ ୨.୭୫% ଅଧିକ ଶୁଳ୍କ

ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ)ଏହାର ସେଭିଂ ଆକାଉଣ୍ଟ ଓ ଛୋଟ ଅବଧି ଲୋନ୍ର ଶୁଳ୍କ ହାରକୁ ରେପୋ ରେଟ୍ ସହିତ ଲିଙ୍କ୍ କରିବାକୁ ନିଷ୍ପତ୍ତି ନେଇଛି । ଏସ୍ବିଆଇର ଏହି ନିଷ୍ପତ୍ତିର ଲକ୍ଷ୍ୟ ଆର୍ବିଆଇ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ରେପୋ ରେଟ୍ର ଲାଭ ଅତିଶୀଘ୍ର ଗ୍ରାହକଙ୍କୁ ପ୍ରଦାନ କରିବା । ଏପରି ପଦକ୍ଷେପ ନେବାରେ ଏସ୍ବିଆଇ ଦେଶର ପ୍ରଥମ ବ୍ୟାଙ୍କ୍ । ଏସ୍ବିଆଇ ପକ୍ଷରୁ ଜାରି ସୂଚନାନୁସାରେ ନୂଆ ନିଷ୍ପତ୍ତି ଚଳିତ ବର୍ଷ ମଇ ୧ରୁ ଲାଗୁ କରାଯିବ । ଏସ୍ବିଆଇ ସେଭିଂ ଆକାଉଣ୍ଟରେ ବାର୍ଷିକ ଆଧାରରେ ୩.୫୦% ଶୁଳ୍କ ମିଳିଥାଏ । ସେହିପରି ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ୬.୨୫କ୍ଷ ଧାର୍ଯ୍ୟ କରାଯାଇଛି । ଏସ୍ବିଆଇର ନୂଆ ନଷ୍ପତ୍ତି ପରେ ସେଭିଂ ଆକାଣ୍ଟରେ ଶୁଳ୍କ ହାର ୨.୭୫% ବୃଦ୍ଧି ପାଇ ୬.୨୫% ହୋଇଛି । ତେବେ ଏହି ଲାଭ କେବଳ ସେହି ଆକଉଣ୍ଟଧାରୀଙ୍କୁ ମିଳିବ, ଯେଉଁମାନଙ୍କ ଆକାଉଣ୍ଟରେ ଅତିକମ୍ରେ ଲକ୍ଷେ ଟଙ୍କା ଜମା ରହିଛି । ଏହା ବ୍ୟତୀତ ନୂଆ ନିଷ୍ପତ୍ତି ଲାଗୁ ହେବା ପରେ ଛୋଟ ଅବଧି ଲୋନ୍ର ଶୁଳ୍କ ହାରରେ ମଧ୍ୟ ହ୍ରାସ୍ ହେବାର ସମ୍ଭାବନା ରହିଛି । ପ୍ରକାଶ ଯେ ଏମ୍ସିଏଲ୍ଆର୍ ପୂର୍ବ ପରି ବଳବତ୍ତର ରହିବ । ହେଲେ ସେଭିଂ ଆକାଉଣ୍ଟ ହାରକୁ ରେପୋ ରେଟ୍ ସହିତ ସଂଯୋଗ କରିବା ସ୍ଥଳେ ପଲିସି ରେଟ୍ ସହିତ କଷ୍ଟ ଅଫ୍ ଫଣ୍ଡ ବଦଳିବ । ଯଦ୍ୱାରା ଉନ୍ନତ ଟ୍ରାନ୍ସମିସନ ହୋଇପାରିବ । ତେବେ ପୂର୍ବାପେକ୍ଷା ବ୍ୟାଙ୍କ୍କୁ ଏବେ ଆସେଟ୍ ଲାୟାବିଲିଟି ମ୍ୟାନେଜ୍ମେଣ୍ଟ(ଏଏଲ୍ଏମ୍) କୁ ପରିଚାଳନା କରିବା ପାଇଁ ସାହାଯ୍ୟ ମିଳିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ସମୟ ସମୟରେ ରେପୋ ରେଟ୍ରେ ପରିବର୍ତ୍ତନ କରାଯାଇଥାଏ । ରେପୋ ରେଟ୍ ହ୍ରାସ୍ ଯୋଗୁଁ ବ୍ୟାଙ୍କ୍କୁ ଲାଭ ଓ ବୃଦ୍ଧି ଦ୍ୱାରା କ୍ଷତି ହୋଇଥାଏ । ହେଲେ ଅନେକଥର ରେପୋ ରେଟ୍ରେ ହ୍ରାସ୍ର ଲାଭ ବ୍ୟାଙ୍କ୍ ଗ୍ରାହକଙ୍କୁ ପ୍ରଦାନ କରିନଥାନ୍ତି । ଯଦ୍ୱାରା ଗ୍ରାହକଙ୍କୁ କ୍ଷତି ସହିବାକୁ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଏସ୍ବିଆଇ ସେଭିଂ ଆକାଉଣ୍ଟକୁ ଛୋଟ ଅବଧି ଲୋନ୍କୁ ରେପୋ ରେଟ୍ ସହିତ ଲିଙ୍କ୍ କରିବାକୁ ନିଷ୍ପତ୍ତି କରିଛି । ଏହାଦ୍ୱାରା ବ୍ୟାଙ୍କ୍ର ଗ୍ରାହକଙ୍କୁ ଅନେକ ଲାଭ ମିଳିବାର ସମ୍ଭାବନା ଦର୍ଶାଯାଇଛି ।
ଆର୍ବିଆଇ ପକ୍ଷରୁ ଗତ ମାସରେ ମୁଦ୍ରାନୀତି ସମିତି ବୈଠକ ପରେ ରେପୋ ରେଟ୍ରେ ୧୫ବେସିସ୍ ପଏଣ୍ଟ ହ୍ରାସ୍ କରିବାକୁ ଘୋଷଣା କରାଯାଇଥିଲା । ଆର୍ବିଆଇର ଏହି ପଦକ୍ଷେପ ପରେ ବ୍ୟାଙ୍କ୍ ଲୋନ୍ରେ ଲାଗୁ ହେଉଥିବା ଶୁଳ୍କ ହାରରେ ହ୍ରାସ୍ କରିବାର ଚାପ ରହିଛି । କେତେକ ବ୍ୟାଙ୍କ୍ ଶୁଳ୍କ ହାରରେ ୫ରୁ ୧୦ବେସିସ୍ ପଏଣ୍ଟ ହ୍ରାସ୍ କରିସାରିଛନ୍ତି । ଅନ୍ୟପକ୍ଷରେ ବ୍ୟାଙ୍କ୍ ୩୧ ମାର୍ଚ୍ଚ ସୁଦ୍ଧା ଶୁଳ୍କ ହାରରେ ହ୍ରାସ୍ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ