‘ଆକ୍ଟିଙ୍ଗ ଏବଂ ସେକ୍ସ ମୋ ପାଇଁ ବ୍ରେଡ ଏବଂ ବଟର ପରି’

ମୁମ୍ବାଇ :  ଅଭିନେତା କାର୍ତ୍ତିକ ଆର୍ୟ୍ୟନ ନିଜ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ପ୍ରମୋସନ ପାଇଁ ଲାଗିଛନ୍ତି। ଏକ ଚ୍ୟାଟ୍ ଶୋ ରେ ସେ କହିଛନ୍ତି ଯେ -‘ ଆକ୍ଟିଙ୍ଗ ଏବଂ ସେକ୍ସ ତାଙ୍କ ପାଇଁ ବ୍ରେଡ୍ ଏବଂ ବଟର ଭଳି’। କାର୍ତ୍ତିକଙ୍କୁ ପଚରାଯାଇଥିଲା ଯେ ଆକ୍ଟିଙ୍ଗ ଏବଂ ସେକ୍ସ ମଧ୍ୟରୁ କ’ଣ ଛାଡ଼ିବା ସହଜ ସେତେବେଳେ କାର୍ତ୍ତିକ ଉତ୍ତର ଦେଇଥିଲେ ଯେ ‘ ଆକ୍ଟିଙ୍ଗ ଏବଂ ସେକ୍ସ ବ୍ରେଡ ଏବଂ ବଟର ଭଳି। ଆପଣ ଦୁଇଟି ମଧ୍ୟରୁ କାହାକୁ ଛାଡ଼ି ପାରିବେ ନାହିଁ। ଆକ୍ଟିଙ୍ଗ, ସେକ୍ସ ଏବଂ ପ୍ରେମ ତାଙ୍କ ପାଇଁ ଏକାଠି ଚାଲିଥାଏ।’ କାର୍ତ୍ତିକ ଆହୁରି ମଧ୍ୟ କହିଥିଲେ ଯେ, ‘ତାଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଭଲ ଲାଗେନାହିଁ। କିନ୍ତୁ ଏହାକୁ ଲୁଚାଇବାକୁ ମଧ୍ୟ ଭଲ ଲାଗେନାହିଁ। ’ଫିଲ୍ମ ‘ପତି ପତ୍ନୀ ଔର ଓ୍ବ ’ରେ କାର୍ତ୍ତିକଙ୍କ ବ୍ୟତୀତ ତାଙ୍କ କୋ-ଷ୍ଟାର ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି। ଏହି ଶୋ’ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ