ଆକ୍ରମଣ ମାମଲା; ଅଭିଯୁକ୍ତକୁ ୨ ବର୍ଷ ଜେଲ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ମରଣାନ୍ତ୍ରକ ଆକ୍ରମଣ ଅଭିଯୋଗରେ ରୁଜୁ ଏକ ମକଦ୍ଦମାର ବିଚାର କରି ଛତ୍ରପୁର ସହକାରୀ ଦୌରାଜଜ୍ ସ୍ୱୟଂପ୍ରଭା ଆଚାର୍ଯ୍ୟ ହିଂଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର କୃଷ୍ଣଚନ୍ଦ୍ର ଦଳାଇ, ନୟନ କୁମାର ମଲ୍ଲୀକ ଓ କୃଷ୍ଣଚନ୍ଦ୍ର ଆପଟକୁ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପ୍ରତ୍ୟେହକୁ ୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲଦଣ୍ଡ ଭୋଗ କରିବାକୁ ରାୟରେ ଉଲ୍ଲେଖ ରହିଛି । ମାମଲାର ବିଚାରଣୀରୁ ପ୍ରକାଶ ଯେ, ୨୦୧୨ ମସିହା ଜୁନ୍ ୧୯ ତାରିଖରେ ହିଂଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମର ଗୌରହରୀ ପ୍ରଧାନକୁ କୌଣସି କାରଣରୁ ଘରୁ ଡାକି ଗ୍ରାମ ନିକଟରେ ଥିବା ଗଜଶଙ୍ଖ ଠାରେ ଠେଙ୍ଗା ଓ କାତିରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ଦଳାଇ, ନୟନ କୁମାର ମଲ୍ଲୀକ ଓ କୃଷ୍ଣଚନ୍ଦ୍ର ଆପଟ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଗୌରହରୀଙ୍କ ମାଆ ଗୋଲାପ ପ୍ରଧାନଙ୍କ ଅଭିଯୋଗ କ୍ରମେ ହିଂଜିଳି ଥାନାରେ ୮୪ ନମ୍ବର କେସ୍‌ରେ ଏକ ମାମଲା ରୁଜୁ ହୋଇଥିଲା । ୧୦ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତିି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପ୍ରଦୀପ କୁମାର ପାତ୍ର ମକଦ୍ଦମା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ