ଆକ୍ରମଣ ମାମଲା, ୧ମାସ ପରେ ଅଭିଯୁକ୍ତ ୨ଭାଇ ଗିରଫ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍) : ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକେଇ ଗ୍ରାମର ନିରାକାର ପ୍ରଧାନ ଏବଂ ହରି ପ୍ରଧାନ ଦୁଇ ଭାଇଙ୍କୁ ସୋମବାର କେ. ନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ଥାନା କେଶ ନଂ.୧୩୯/୨୦ ମାମଲା ରୁଜୁ ହୋଇ ଥିବା ବେଳେ ଉଭୟଙ୍କୁ କୋର୍ଟରୁ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଚଳିତ ବର୍ଷ ଜୁନ ୪ ତାରିଖ ରାତି ପ୍ରାୟ ୧୦ ଟାରେ ବମକେଇ ଗ୍ରାମର ବିଜେପି ସମର୍ଥକ ଜିପୁ ପ୍ରଧାନ ଗ୍ରାମ ନିକଟ ନାଳରୁ ଶୌଚ ହୋଇ ଫେରୁଥିବା ବେଳେ ୩ ଟି ମୋଟରସାଇକଲ୍ର ଗ୍ରାମର ବିଜେଡ଼ି ସମର୍ଥକ ନିରାକାର ଓ ତାଙ୍କ ଭାଇ ହରିଙ୍କ ସମେତ ଅନ୍ୟ ୪ ଜଣ ଅଚିହ୍ନା ଯୁବକ ତାଙ୍କୁ ଅଟକାଇ ଗାଳି ଗୁଲଜ କରିଥିଲେ। ଭୟଭୀତ ହୋଇ ଜିପୁ ଦୋୖଡିବାରୁ ସେମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଜିପୁ ଘଟଣାସ୍ଥଳରୁ କୌଶଳକ୍ରମେ ଦୋୖଡି ଦୋୖଡି ତାଙ୍କ ସମ୍ପର୍କୀୟ ତଥା ବିଜେପି ଜିଲ୍ଲା କାର୍ଯ୍ୟକର୍ତ୍ତା ବାପି ପ୍ରଧାନଙ୍କ ଘର ଭିତରକୁ ପଳାଇବାରୁ ଆକ୍ରମଣକାରୀଙ୍କ କବଳରୁ ବର୍ତ୍ତି ଯାଇଥିଲେ। ପରେ ତାଙ୍କୁ ସମ୍ପର୍କୀୟମାନେ ଉଦ୍ଧାର କରି ପ୍ରଥମେ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ହୋଇ ଫେରିବାପରେ ଜିପୁ କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଥାନାଧିକାରୀ ମାଧବାନନ୍ଦ ନାୟକ ଅଭିଯୁକ୍ତ ମାନଙ୍କ ନାମରେ ମକଦ୍ଦମା ରୁଜୁ କରିଥିଲେ। ଅଭିଯୁକ୍ତ ୨ ଭାଇ ଗିରଫ ଭୟରେ ଘଟଣା ଦିନଠାରୁ ଫେରାର ଥିବା ପୋଲିସ ପୁଲିସି ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ