ପୋଲିସର ସଚେତନା ରାଲି ୮ଦିନ ପାଇଁ ସଟ୍ ଡାଉନହେଲା ବୁଗୁଡ଼ା

ବୁଗୁଡା, (ଅନିଲ କୁମାର ମହାରଣା) : ବୁଗୁଡାରେ କରୋନା ପଜିଟିଭ ସଂଖ୍ୟା ବଢି ୮୭ ରେ ପହଁଞ୍ଚିଥିବା ବେଳେ ସେଥି ମଧ୍ୟରୁ ବୁଗୁଡାରେ ଥିବା ପୋଲିସ ଫୋର୍ସରେ ସଂଖ୍ୟାଧିକ ୨୮ ଜଣ ଅଟନ୍ତି। ଜନସାଧାରଣଙ୍କ ସହ ଆଲୋଚନା ବେଳେ ବୁଧବାର ଠାରୁ ସମ୍ପୂର୍ଣ୍ଣ ସଟ୍ ଡାଉନ ହେବାକୁ ସ୍ଥିର ହୋଇଥିବା ବେଳେ ସେହିଦିନ ରାତିରେ ପୋଲିସ ଫୋର୍ସର ୧୭ ଜଣ ଏକାକାଳୀନ କରୋନା ପଜିଟିଭ ଚିହ୍ନଟ ହୋଇ ସ୍ଥିତି ଗମ୍ଭୀର ହୋଇଥିଲା। ଗଞ୍ଜାମ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ୭ ତାରିଖ ମଙ୍ଗଳବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୮ ଦିନ ପାଇଁ ସଟ୍ ଡାଉନ ବୁଗୁଡା ସହର ସଟ୍ ଡାଉନ ରହିବା ପାଇଁ ପ୍ରଶାସନ ଘୋଷଣା କରିଥିବା ଜଣାପଡିଛି। ସେହି ଦୃଷ୍ଟିରୁ ଆଜି ଜୁଲାଇ ୬ ତାରିଖ ସୋମବାର ଦିନ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ବୁଗୁଡା ପୋଲିସ ବାହିନୀ କରୋନା ସଚେତନତା ରାଲି ବାହାର କରି ପରିକ୍ରମା କରିଥିଲେ। ହାତରେ ବ୍ୟାନର ଓ ପ୍ଲାକ କାର୍ଡ଼ ଧରି କରୋନା ସଚେତନତା ବାର୍ତ୍ତା ଦେବା ସହ ସଟ୍ ଡାଉନ ସମୟରେ ସମସ୍ତେ ନିୟମ ମାନି ଚାଲିବା ପାଇଁ ନିବେଦନ କରିଥିଲେ। ବୁଗୁଡା ସହରରେ ଆଠ ଦିନ ସଟ୍ ଡାଉନ ସମୟରେ ମେଡ଼ିକାଲ ଷ୍ଟୋର ବ୍ୟତୀତ ସମସ୍ତ ଦୋକାନ ବନ୍ଦ ରହିବ। ଦୁଇ ଚକିଆ ଯାନ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଅତି ଆବଶ୍ୟକ ପଡ଼ିଲେ ମାସ୍କ ପିନ୍ଧି ଚାଲିକରି ଯିବାକୁ ପଡ଼ିବ ନତୁବା ଏନଏସି ପକ୍ଷରୁ ଜାରି ହୋଇଥିବା ତାଲିକା ପ୍ରକାରେ ଅଟୋରେ ଯିବାକୁ ପଡ଼ିବ। ଯଦି କୌଣସି ବ୍ୟକ୍ତି ଆଇନ ଭଙ୍ଗ କରନ୍ତି ତେବେ କଠୋର ଦଣ୍ଡ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ଏନଏସି ଇଓ ରଶ୍ମି ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ