ଆଗକୁ ପାନୀୟ ଜଳକୁ ନେଇ ହେବ ତୃତୀୟ ବିଶ୍ୱଯୁଦ୍ଧ!

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାଡ଼ି ଆସୁଛି ପାନୀୟ ଜଳ ସଙ୍କଟ । ଯାହା ଏବେଠାରୁ ଜଳ ଜଳ ହୋଇ ଦେଖାଗଲାଣି । ଏନେଇ ସୃଷ୍ଟି ହେବ ଭୟାବହ ପରିସ୍ଥିତି । ପିଇବା ପାଇଁ ମିଳିବନି ପାଣି । ଆଗକୁ ପାନୀୟ ଜଳକୁ ନେଇ ହେବ ତୃତୀୟ ବିଶ୍ୱଯୁଦ୍ଧ! ଏନେଇ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ ବର୍ଷର ବାଳକ ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ନିଜେ ରଙ୍ଗ ତୂଳୀରେ ମନର କଥାକୁ ବଖାଣିଛନ୍ତି । ସଂପ୍ରତି ବିଶ୍ୱରେ ଦେଖାଦେଇଥିବା ପାନୀୟ ଜଳସଙ୍କଟର ସମସ୍ୟାକୁ ଉପଲବ୍ଧି କରି ସାରା ବିଶ୍ୱକୁ ଚିତ୍ର ମାଧ୍ୟମରେ ଏନେଇ ସତର୍କ ସୂଚନାର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଏ ସମ୍ପର୍କରେ ସେ କୁହନ୍ତି ପୃଥିବୀରେ ମାତ୍ର ୧ ପ୍ରତିଶତ ହେଉଛି ମଧୁର ଜଳ ଯାହା ପାନୀୟ ଜଳ ରୂପେ ବ୍ୟବହାର ହୋଇଥାଏ । । ୪ ପ୍ରତିଶତରୁ ୩ ପ୍ରତିଶତ ହିମ ପ୍ରବାହ ଏବଂ ବରଫ ଚଟ୍ଟାଣରେ ରହିଛି । ତତ୍‌ସହିତ ଅନେକ ଲୋକ ମଧୁର ଜଳକୁ ବିଭିନ୍ନ ବାଟରେ ଅପବ୍ୟୟ କରିଚାଲିଛନ୍ତି । ବର୍ତ୍ତମାନ ଯେପରି ଦିଲ୍ଲୀ, ବାଙ୍ଗାଲୋର ଇତ୍ୟାଦି ସହରର ଅବସ୍ଥା । ଜଳର ଅପବ୍ୟବହାର, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ମାନବୀୟ ହସ୍ତକ୍ଷେପ ଯୋଗୁଁ ଦିନକୁ ଦିନ ଏହା ସଙ୍କଟ ଆଡ଼କୁ ଗତି କଲାଣି । ଏବେଠାରୁ ଜଳର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହେବା ସହ ଏହାର ସୁରକ୍ଷା ପାଇଁ କାର୍ଯ୍ୟ କରିବା ନିତ୍ୟାନ୍ତ ଜରୁରୀ । ନଚେତ୍ ଜୀବଜଗତ ପାଇଁ ଆଉ ଏକ ବିପଦ ଉଭା ହେବ ଏବଂ ବିଲୀନ ହୋଇଯିବ ଏ ସୃଷ୍ଟି ବୋଲି କୁହନ୍ତି ଶାନ୍ତନୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ