ଆଗକୁ ମାଟ୍ରିକ ପରୀକ୍ଷା,ଅନ୍ଧାରରେ ଅନ୍ତେବାସୀ

କଳାହାଣ୍ଡି- ପାଖେଇ ଆସିଲାଣି ମାଟ୍ରିକ ପରିକ୍ଷା କିନ୍ତୁ ଅନ୍ଧାରରେ ଅନ୍ତେବାସୀ । ମାସେ ହେବ ଜଳୁନି ବିଜୁଳି ତାସହିତ ଲଣ୍ଠନ ଆଲୁଅ ପାଇଁ ମଧ୍ୟ ମିଳୁନି କିରୋସିନ୍ ଏଭଳି ଅବ୍ୟବସ୍ଥା ମଧ୍ୟରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିରିମସ୍କା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଅନ୍ତେବାସୀ। ଆଦିବାସୀ ଛାତ୍ରୀ ନିବାସ ଓ ଛାତ୍ରାବାସରେ ବିଜୁଳି ଜଳୁନଥିବା ଯୋଗୁଁ ନାନା ଅସୁବିଧା ଭୋଗୁଛନ୍ତି ଅନ୍ତେବାସୀ । ବିଜୁଳି ନଥିବା ଯୋଗୁଁ ଅନ୍ତେବାସୀଙ୍କୁ ନିତ୍ୟ ବ୍ୟବହାର‌୍ୟ୍ୟ ଜଳର ଘୋର ଅସୁବିଧା ଭୋଗିବାକୁ ପଡୁଥିବା କହିଛନ୍ତି । ଅନ୍ଧାରରେ ଅନେକ ବିପଦ ରହିଥିବା କଥା ଉଲ୍ଲେଖ କରି ଅନ୍ତେବାସୀମାନେ ଗାଧୋଇବା ବା ଶୌଚ ପାଇଁ ପରିସର ବାହାରକୁ ଯିବାକୁ ପଡୁଥିବା କଥା କହିଛନ୍ତି । ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୧୧୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି। ଏଥିସହ ଗରିବ ଆଦିବାସୀ ଛାତ୍ର ମାନଙ୍କ ପାଇଁ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସର ବ୍ୟବସ୍ଥା କରାଯାଇଥିବାବେଳେ।ଏହାର ଲକ୍ଷ୍ୟ ଥିଲା ଯେ, ଯେଉଁଥିରେ ଅଞ୍ଚଳର ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ରହି ଅଧ୍ୟୟନ କରିପାରିବେ। କିନ୍ତୁଚଳିତ ମାସ ୧୯ ତାରିଖରେ ମାଟ୍ରିକ ପରୀକ୍ଷା ହେବାକୁ ଥିଲାବେଳେ ବିଜୁଳି ନଥିବା ଯୋଗୁଁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା କହିଛନ୍ତି ଛାତ୍ରଛାତ୍ରୀ । ଗତ ଜାନୁଆରୀ ୫ ତାରିଖରେ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ଟ୍ରାନ୍ସଫର୍ମର୍ ଖରାପ ହୋଇଥିବା ସୂଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ।ଏହି ସମସ୍ୟା ନେଇ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଶ୍ରୀ ବୈରାଗୀ ଚରଣ ନାଏକ ଗତ ଜାନୁଆରୀ ୧୦ ତାରିଖରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ମାଧ୍ୟମରେ ଅବଗତ କରାଇଥିଲେ । କିନ୍ତୁ ଆଜି ପର‌୍ୟ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇନଥିବା ବିଡମ୍ବନାର ବିଷୟ ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ