ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି
ଭୁବନେଶ୍ୱର- ଗୁରୁବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ସେ କହିଛନ୍ତି ଏ ସରକାର ଲୋକମାନଙ୍କୁ ବିଜୁଳି ଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଲୋକମାନେ ଏବେ ବି ଅଧିକ ଦାମ ଦେଇ ବିଜୁଳି କିଣୁଛନ୍ତି । ବଡ଼ ଶିଳ୍ପ ସଂସ୍ଥା ଓ ବିଜୁଳି ବିତରକ କମ୍ପାନିମାନଙ୍କ ଉପରେ ରାଜ୍ୟ ସରକାରଙ୍କ ୧୨ ହଜାର କୋଟି ଟଙ୍କା ବାକି ପଡ଼ିଛି। ଏପରି ପରିସ୍ଥିତିରେ କିନ୍ତୁ ସରକାର ଗରିବ ଲୋକଙ୍କ ବିଜୁଳି କାଟୁଛନ୍ତି ବୋଲି ସେ କହିଛନ୍ତି । ୩୨୨ଟି କମ୍ପାନି ଉପରେ ୫୧୫ କୋଟି ଟଙ୍କାର ଜଳକର ଓ ୨୬ଟି ବଡ଼ କମ୍ପାନି ପାଖରେ ୧୮୭୪ କୋଟି ଟଙ୍କା ବିଦ୍ୟୁତ ବିଲ୍ ବାକିରହିଛି । ଏହାସହ ରାଜ୍ୟ ସରକାର ଓଏଚପିସିକୁ ୫୨୨୫ କୋଟି ଟଙ୍କାର ଜଳକର ମଧ୍ୟ ଛାଡ଼ କରିଛନ୍ତି । ଏହିସବୁ ତଥ୍ୟକୁ ଆଗକୁ ଆଣି ରାଜ୍ୟ ସରକାରଙ୍କୁ ହରଡ଼ ଘଣାରେ ପକାଇଛି ବିଜେପି।


