ଆଗରପଡା ଅଞ୍ଚଳରେ ଅବାଧରେ ଚାଲିଛି ଚୋରା ଦେଶୀ ମଦ ବିକ୍ରି
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଅଞ୍ଚଳରେ ଦୀର୍ଘ ଦିନ ହେବ ଅବାଧରେ ଚୋରା ଦେଶୀ ମଦ ବିକ୍ରି ଚାଲିଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିଛି । ଚୋରା ବେପାରୀ ମାନେ ଦିନଦ୍ୱିପ୍ରହରରେ ଚୋରା ଦେଶୀ ମଦ ବିକ୍ରି କରିବାରେ ଲାଗିଛନ୍ତି । ଆଗରପଡା କଲେଜ ପଛ ପାଖ ତଥା ସାଳନ୍ଦୀ ନଦୀ କୂଳରେ ଚୋରା ବେପାରୀ ମାନେ ମଦର ପସରା ମେଲାଇଛନ୍ତି । ସେହିପରି କାଣ୍ଡବା ପୋଲର ଆଗରେ ଥିବା ନୂତନ ପେଟ୍ରୋଲ ଟାଙ୍କି ନିକଟରେ ଚୋରା ଦେଶୀ ମଦ ବିକ୍ରି ଚାଲିଛି । ଅମରସିଂହପୁରର କେତେକ ପରିବା ଦୋକାନରେ ଏହି ବେପାର ଚୋରାରେ ଚାଲିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ଶ୍ରୀରାମପୁର, ସାହୁପଡା, ତାଜିପୁର ଆଦି ଗ୍ରାମରେ ଚୋରା ବେପାରୀ ମାନେ ନିଜର କାୟା ବିସ୍ତାର କରି ଅବାଧରେ ଚୋରା ମଦ କାରବାର ଚଳାଇଛନ୍ତି । ରାଜ୍ୟ ସରକାର ଚୋରା ମଦ ବିକ୍ରି ଉପରେ ନାନାଦି କଟକଣା ଲାଗୁ କରିଥିବା ବେଳେ ଏସବୁ ସ୍ଥାନରେ ବେପାରୀ ମାନେ ଖୁଲମଖୁମା ବେପାରୀ କରି ବେଶ ମୁନାଫା କମାଉଛନ୍ତି । ଜିଲ୍ଲା ଅବକାରୀ ବିଭାଗ ତଥା ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।


