ଆଗରପଡା କଲେଜ ରାଜନୀତି ବିଜ୍ଞାନ ସମ୍ମାନ ପ୍ରଥମ ବ୍ୟାଚ୍‌ର ବନ୍ଧୁମିଳନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା କଲେଜ ରାଜନୀତ ବିଜ୍ଞାନ ସମ୍ମାନ ପ୍ରଥମ ବ୍ୟାଚ୍ ୧୯୯୨ରୁ ୧୯୯୫ ବର୍ଷ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ନେଇ ଏକ ବନ୍ଧୁମିଳନ ପର୍ବ ଆଗରପଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତ ପାଣିଗ୍ରାହୀ ଓ ମଦନ ମୋହନ ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ସଂଯୋଜନାରେ ଆୟୋଜିତ ବନ୍ଧୁମିଳନ ସମାରୋହରେ ଅବସରପ୍ରାପ୍ତ ପ୍ରଫେସର ଡଃ.ହରେକୃଷ୍ଣ ଗିରି, ଅଧ୍ୟାପକ ନାରାୟଣ ଚନ୍ଦ୍ର ପୁରୀ, ନିରଂଜନ ପାଲ, ବିଜୟ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ଜିଲାଜଜ୍ ହିମାଂଶୁ ମଲ୍ଲିକ, ଗୋପିନାଥ ଦାଶ, ଦୁର୍ଯ୍ୟଧନ ରାଉତ, ବିକାଶ ବେହେରା, ନିରଂଜନ ପଣ୍ଡା, ଅଶୋକ ପାତ୍ର, ପ୍ରଦୀପ ପୁହାଣ, ନାରାୟଣ ରାଉତ ଯୋଗ ଦେଇଥିଲେ । କୋଭିଡ୍ ମହାମାରୀ ତଥା ଅନ୍ୟାନ୍ୟ ବିପର୍ଯ୍ୟୟରେ ବିଭିନ୍ନ୍ ବର୍ଗର ଲୋକଙ୍କୁ ସହଯୋଗ କରିବା ନିମନ୍ତେ ଏକ ବିପର୍ଯ୍ୟୟ ପାଣ୍ଠି ଗଠନ କରାଯିବାକୁ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ