ଆଗାମୀ ୨୫ବର୍ଷରେ ରୂପରେଖର ଯୋଜନା ସମ୍ପର୍କିତ ଆଲୋଚନା

ଚିକିଟୀ, (ପୁଷ୍ପାଞ୍ଜଳୀ ମିଶ୍ର): ଆଗାମୀ ୨୦୫୧ ଶାଲରେ ଚିକିଟୀ ବିଜ୍ଞାପିତ ଅଂଚଳ ପରିଷଦର ରୂପରେଖା କଣ ହେବ ସେ ସମ୍ପର୍କିତ ଦକ୍ଷ ଯୋଜନା ଏବଂ ରୂପରେଖ ଉପରେ ଆଲୋଚନା ଅନୁଷ୍ଠିତ ହୋଇ ଥିଲା l ବିଜ୍ଞlପିତ ଅଂଚଳ ପରିଷଦ ର ଅଧକ୍ଷା ଦୀପା କୁମାରୀ ସାହୁଙ୍କ ପୌରହିତ୍ୟ ରେ ବୈଠକ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ସରକାରଙ୍କ “ମାର୍ଶ” ପ୍ଲାନିଂ ଓ ଇଂଜିନିରିଙ୍ଗ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଆସିଥିବା ପ୍ରତିନିଧି ମାନେ ଆଗାମୀ ପଚିଶି ବର୍ଷ ପରେ ଜନସଂଖ୍ୟା ତୁଳନାରେ ଚିକିଟୀ ବିଜ୍ଞାପିତ ପରିଷଦ ର ରାସ୍ତାଘାଟ, ଜଳ ଯୋଗାଣ, ଆଲୋକଯୋଗଣ, ସ୍ୱାସ୍ଥ୍ୟ ସେବା,ଡ୍ରେନେଜେ ପ୍ରଭୃତିର ଆବଶ୍ୟକତା କଣ ରହିବ ଏପରିକି କିଭଳି ଭାବେ ତାହା ପୂରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଥିଲା l ଏହି ବୈଠକ ରେ ସ୍ଥାନୀୟ ତହସିଲଦାର ବିଶ୍ଵରଞ୍ଜନ କହଁର,ବିଡ଼ିଓ ଲକ୍ଷ୍ମଣ ସୋରେନ,କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ଉପାଧ୍ୟାକ୍ଷ ହର ପ୍ରସାଦ ଚୌଧୁରୀଙ୍କ ସମେତ ସମସ୍ତ କାଉନସିଲର, ଜନ ସ୍ୱାସ୍ଥ୍ୟ ବିଭାଗ , ଜଙ୍ଗଲ , ପୂର୍ତ୍ତ ବିଭାଗ, ବିଦ୍ୟୁତ ଅଧିକାରୀ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ