ଆଙ୍କୁଶପୁର ଏସ୍ ଏମ୍ ଆଇଟି ରେ ଓରିଏଣ୍ଟସନ ପ୍ରୋଗ୍ରାମ ଅନୁଷ୍ଠିତ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍): ଓଡିଶାର ଅନ୍ୟତମ ଶିକ୍ଷାନୁଷ୍ଠାନ ସଂଞ୍ଜୟ ସ୍ମାରକୀ ବୈଷୟିକ ଶିକ୍ଷାନୁଷ୍ଠାନ ତରଫରୁ ବୁଧବାର ଆଙ୍କୁଶପୁର ସ୍ଥିତ ଏମବିଏ କଲେଜରେ ଓରିଏଣ୍ଟସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତିି ଭଗବାନ ଗନ୍ତାୟତ ଯୋଗ ଦେଇ ୩୯ ବର୍ଷର ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ଅଧୟନ କରି ଚାକିରି ମେଳା ମାଧ୍ୟମରେ ଦେଶ ଓ ବିଦେଶରେ ରୋଜଗାର କ୍ଷମ ହୋଇ ଚାକିରି କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ନୂତନ ଭାବରେ ଜଏନ୍ କରିଥିବା ଏମବିଏ ଛାତ୍ର ଛାତ୍ରୀ ମାନଙ୍କର ଅଭିଭାବକ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂପାଦକ ଜାମ୍ମୁଲା ଶଙ୍କର ନାରାୟଣ ,ଯୁଗ୍ମ ସଂପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା ,ମ୍ୟାନେଜମେଣ୍ଟ କଲେଜ ଅଧକ୍ଷ ଡକ୍ଟର ସତ୍ୟବ୍ରତ ଦାସ ,ଡିପ୍ଲୋମା ଇଂଞ୍ଜିନିୟର ଅଧକ୍ଷ ଇଂ .ସୁଧାଶୁ ମୋହନ ପାଢୀ , ଲାଇବ୍ରେରୀ ସାଇନ୍ସ ଅଧକ୍ଷ ଶିବରାମ ପଣ୍ଡା , ମ୍ୟାନେଜମେଣ୍ଟ କଲେଜର ପ୍ରଫେସର ଅମୀର କୁମାର ସାବତ ,ଅଧାପକ ତାରା ପ୍ରସାଦ ପାଢୀ , ଅଧାପିକା ଗାୟତ୍ରୀ ମଣ୍ଡଳ ପାଢୀ , ଅଧାପକ ଦିଗମ୍ବର ମହାନ୍ତି , ଶିଶିର କୁମାର ମହାପାତ୍ର , ବିଶ୍ୱନାଥ ପାତ୍ର , ପ୍ରଦୀପ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିବାବେଳେ ଶେଷରେ ଡକ୍ଟର ସତ୍ୟବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାନୁଷ୍ଠାନର ସମସ୍ତ ଅଧାପକ ଓ ଅଧ୍ୟାପିକା କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ