ଆଙ୍କୋରଡା କ୍ଲଷ୍ଟର ସ୍ତରୀୟ’ ସୁରଭି ‘ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର  ଆଙ୍କୋରଡା କ୍ଲଷ୍ଟର ସ୍ତରୀୟ ‘ସୁରଭି ‘ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଦିଗପହଣ୍ଡି ବ୍ଳକ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ  ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଥିସହ ଦିଗପହଣ୍ଡି ସାମାଜିକ କର୍ମୀ ଏମ୍ . ନିରଞ୍ଜନ ରେଡ୍ଡୀ , ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ , ପୂର୍ବତନ ଜିଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ସେଠୀ , ଏବିଇଓ ରସାନନ୍ଦ ଘଡେଇ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ସେଠୀ , ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ,  ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣା , ନାଏବ ସରପଞ୍ଚ ଇ . ରାମହରି ଦୋରା , ପତାଣ୍ଡ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୀବନ ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଏହି ଅବସରରେ  ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭା ର ବିକାଶ କରିବା ଏହି ସୁରଭି କାର୍ଯ୍ୟକ୍ରମ ର  ଉଦ୍ଦେଶ୍ୟ ବୋଲି ଅତିଥିମାନେ  ମତପ୍ରକାଶ କରିଥିଲେ । କ୍ଲଷ୍ଟର ଅଧିନ ୧୨ ଟି ବିଦ୍ୟାଳୟରୁ  ଛାତ୍ରୀ ଛାତ୍ର ମାନେ  ବିତର୍କ , ପ୍ରବନ୍ଧ , ଶ୍ରୁତଲିଖନ , କୁଇଜ୍ , ବକୃତା , ସୃଜନଶୀଳ ଲିଖନ , ସୁନ୍ଦର ହସ୍ତାକ୍ଷର , ଚିତ୍ରାଙ୍କନ ପ୍ରଭୃତି  ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଶେଷରେ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର  ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସିଆରସିସି ସୁବ୍ରତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରାମଚନ୍ଦ୍ର ସେଠୀ ଓ ସନାତନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଶିକ୍ଷକ ସୁଧାଂଶୁ କୁମାର ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ । ଏଥିସହ ପ୍ରଭାକର ଘଡେଇ , ଶୁଭଶ୍ରୀ ସାହୁ , ପୂର୍ବତନ ସିଆରସିସି ସ୍ବୟଂପ୍ରଭା ପଟ୍ଟନାୟକ ସମେତ ସମସ୍ତ  ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା ରେ  ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ