ଆଙ୍କୋରଡା ଗ୍ରାମ ଶ୍ରୀ ଭାଗବତ ମହାପ୍ରଭୁଙ୍କ ସମ୍ପତି ଜବରଦଖଲ ମୁକ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କୋରଡା ଗ୍ରାମ ଶ୍ରୀ ଭାଗବତ ମହାପ୍ରଭୁଙ୍କ ସମ୍ପତିକୁ ଶାଗ ମାଛ ଦରରେ ବିକ୍ରୀ ଓ ଅବଶେଷ ସମ୍ପତିକୁ ଜବରଦଖଲ ମୁକ୍ତ କରିବାକୁ ଭାଗବତ ଉନ୍ନୟନ ସମିତି ଆଙ୍କୋରଡା ତରଫରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ହିଞ୍ଜିଳିକାଟୁ ତହସିଲ ଦାର ପ୍ରଭାତ କୁମାର ପରିଡାଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଆଙ୍କୋରଡା ଗ୍ରାମ ସ୍ଥିତ ଶ୍ରୀ ଭଗବତ ମହାପ୍ରଭୁଙ୍କ ମନ୍ଦିର ଜମି ବିକ୍ରି ପ୍ରସଙ୍ଗକୁ କେନ୍ଦ୍ର କରି ସପକ୍ଷ ଓ ବିରୋଧ ଗୋଷ୍ଠୀଙ୍କ ମଧ୍ୟରେ ଛକା- ପଞ୍ଝା ଲାଗି ରହିଛି । ଜମିବିକ୍ରି ପ୍ରସଙ୍ଗରେ ଯଥାର୍ଥତା ରହିଛି ବୋଲି ସପକ୍ଷ ଗୋଷ୍ଠୀ ଦାବୀ କରୁଥିବା ବେଳେ ଏହା ଅନୈତିକ ଏବଂ ଚଞ୍ଚକତା ପୂର୍ଣ ଭାବେ କରାଯାଇଛି ବୋଲି ବିପକ୍ଷ ଗୋଷ୍ଠୀ ଉଚ୍ଚ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ।ପରସ୍ପର ମଧ୍ୟରେ ଏଭଳି ବାଦ ବିବାଦ ପରେ ହିନ୍ଦୁ ଦେବୋତ୍ତର ଆୟୁକ୍ତଙ୍କ ହସ୍ତକ୍ଷେପ ଲୋଡିଛି ଭଗବତ ମହାପ୍ରଭୁଙ୍କ ଉନ୍ନୟନ ସମିତି । ଫଳରେ ସ୍ଥାନୀୟ ତହସିଲଦାରଙ୍କୁ ସମିତି ଜଣାଈବା ସହ କାର୍ଯ୍ୟନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି। ଆଙ୍କୋରଡା ଗ୍ରାମର ବୈଶ୍ୟକରଣ କୁଳର ପୂର୍ବ ପୁରୁଷ ମନ୍ଦିର ପରିଚାଳନା ନିମନ୍ତେ ଜମି ପ୍ରଦାନ କରିଥିଲେ। ମନ୍ଦିର ପରିଚାଳନା ଏହି ଜମି ଓ ସମ୍ପତି ଉଦ୍ଧିଷ୍ଟ ଏବଂ ଏହା ବିକ୍ରି ଓ ହସ୍ତାନ୍ତର ଯୋଗ୍ୟ ନୁହେଁ। ବର୍ତ୍ତମାନ ହିଞିଳିକାଟୁ ରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଦେବୋତର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖି ବାକୁ ମିଳିଛି । ଏହିପରି ହିଞିଳି ଶ୍ରୀ ରାଧାକ୍ରୁଷ୍ଣ ମହାପ୍ରଭୁଙ୍କ ଜମିକୁ ପରେ ଗ୍ରାମବାସୀ ସମ୍ପୃକ୍ତ ମନ୍ଦିରର ଉନ୍ନତି ଏବଂ ସୁରକ୍ଷା ପ୍ରସଙ୍ଗରେ ୫ ଦଫା ଦାବି ସମ୍ବଳିତ ନିବେଦନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଦ୍ୱାରା ଦାଖଲ ସ୍ବାକ୍ଷରପତ୍ର ଅନୁସାରେ, ଅନୈତିକ ଉପାୟରେ ସମ୍ପାଦିତ ହୋଇଥିବା ନିଲାମ ସମ୍ପର୍କିତ ଦଲିଲ ପତ୍ରକୁ ଅଭିଯୋଗ ପରେ ସବ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ସ୍ଥଗିତ ରହିଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ସକାଶେ ଗ୍ରାମବାସୀ ନିବେଦନ କରିଛନ୍ତି । ମହାପ୍ରଭୁଙ୍କ ଏ ୭.୭୮୧ ଡେସିମି ଜମିକୁ ପୂର୍ବତନ ଟ୍ରଷ୍ଟି ବିକ୍ରି କରିବା ପାଇଁ ଯେଉଁ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ତାହାର ସରଜମିନ ତଦନ୍ତ କରି ଆୟୁକ୍ତ ଏବଂ ସରକାରଙ୍କୁ ସତ୍ୟାସତ୍ୟ ବିଷୟରେ ଅବଗତ କରିବା ଓ ଅନୁମତିର ପୁନର୍ବିଚାର ସକାଶେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି । ନକଲି ନିଲାମ ପ୍ରକ୍ରିୟାର ଯାଞ୍ଚ ,ଜମି ବିକ୍ରି ପ୍ରକ୍ରିୟାକୁ ରଦ୍ଦ କିମ୍ବା ନିଷ୍ପତ୍ତି ରୁ ଓହରିଯିବା ପାଇଁ ନିବେଦନ କରି ସମସ୍ତ ନୀତିକାନ୍ତିରେ ସହଯୋଗ କରିବାକୁ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି । ଏହା ସତ୍ତ୍ୱେ କିଛି ଜବରଦଖଲ କିମ୍ବା ଆଇନଗତ ସମସ୍ୟା ଦେଖାଯାଏ ତେବେ ବ୍ରହ୍ମପୁର ଇମ୍ପୃଭମେଣ୍ଟ ଟ୍ରଷ୍ଟ, ପୌର ପରିଷଦ ଏବଂ ରେରା କତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଛୋଟ ଛୋଟ ପ୍ଲଟ କରି ନିର୍ଦ୍ଧାରିତ ବଜାର ମୂଲ୍ୟ ଅନୁସାରେ ବିକ୍ରି କରିବା ପାଇଁ ନିବେଦନ କରିଛନ୍ତି । ମନ୍ଦିର ଟ୍ରଷ୍ଟ ଦଲିଲ ଅନୁସାରେ ଆସନ୍ତା ୨୦୨୧ସାଲ ମଇ ମାସରେ ମନ୍ଦିରର ଶତ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବ । ଏଣୁ ରଙ୍ଗଦିଆ, ସାମାନ୍ୟ ମରାମତି ସକାଶେ ଅନୁମତି ପ୍ରଦାନରେ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ନିବେଦନ କରିଛନ୍ତି । ଏତଦ ବ୍ୟତୀତ ମନ୍ଦିରର ପୁନରୁଦ୍ଧାର ଏବଂ ଶତବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ହିନ୍ଦୁ ଦେବୋତ୍ତର ଆୟୁକ୍ତ ଏବଂ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆର୍ଥିକ ଅନୁଦାନ ନିମନ୍ତେ ଅନୁରୋଧ କରିଛନ୍ତି ।ହିନ୍ଦୁ ଦେବୋତର ଆଇନ ୧୯୫୧ ଉପଧାରା ୭ ଅନୁସାରେ ସମିତିର ଅନୁରୋଧ କ୍ରମେ ଶ୍ରୀ ଭଗବତ ମହାପ୍ରଭୁଙ୍କ ଜମି ପଟ୍ଟାରେ ପୂର୍ବ ଦୟାଦଙ୍କୁ ଵାଦ ଦେଈ ସମିତି ର ନିଷ୍ପତି କ୍ରମେ ୨ୟ ଖାନା ସଂଶୋଧନ ମାଧ୍ୟମରେ ପଟ୍ଟା ସଂଶୋଧନ ନିମନ୍ତେ ସମସ୍ତ ବୈଶ୍ୟକରଣ ଦାୟାଦ ଅନୁରୋଧ କରିଛନ୍ତି ବର୍ତ୍ତମାନ ଆଙ୍କୋରଡା ଗ୍ରାମ ଶ୍ରୀ ଭାଗବତ ମହାପ୍ରଭୁଙ୍କ ଜମି ବିକ୍ରିକୁ ନାକଚ ଓ ଜବରଦଖଲ ମୁକ୍ତ କରିବାନେଇ ତହସିଲଦାର ପ୍ରଭାତ କୁମାର ପରିଡା ଗ୍ରାମବାସୀ ଦାବିପତ୍ର ପ୍ରଦାନ କରି ଏହାର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ଦେବୋତ୍ତର ଆୟୁକ୍ତ ଓଡିଶା,ପୌର ନିର୍ବାହୀ ଅଧିକାରୀ, ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥୁବା ଉନ୍ନୟନ ସମିତି ର ଉପାଧ୍ୟକ୍ଷ କିରଣ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି ।


