ଆହତ ଯୁବକଙ୍କୁ ଆର୍ଥିକ ସହାୟତା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ୨୨ ତାରିଖରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଛେନାପଦୀ ଛକ ଠାରେ ହୋଇଥିବା ଦୁର୍ଘଟଣାରେ ବଞ୍ଚୋ ଗ୍ରାମର ପଦ୍ମଲୋଚନ ରାଉତଙ୍କର ଏକମାତ୍ର ପୁତ୍ର ନିତ୍ୟାନନ୍ଦ ରାଉତ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଭଦ୍ରକସ୍ଥିତ ମାନବ ସେବା ସଂଗଠନ ତରଫରୁ ସଦସ୍ୟ ଚିତ୍ତ ରଂଜନ ସାହୁ, ମନୋରଂଜନ ଦାସ, ଭାଗବତ ଦାସ, ପ୍ରକାଶ ଚନ୍ଦ୍ର ଦାସ, ବିଭୁତି ଭୂଷଣ ନାୟକ, ରାଜେଶ ଜେନା ସଂପୃକ୍ତ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ