ଆଚ୍ଛା ସଙ୍ଗଠନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ

ବାଲେଶ୍ୱର, (ଓ୍ବାଇଏନ୍ଏସ୍):ଆଚ୍ଛା ସଙ୍ଗଠନ ପକ୍ଷରୁ ଜଳେଶ୍ୱର ବ୍ଲକ ବଡନଗର ନୀଳକଣ୍ଠେଶ୍ୱର ମନ୍ଦିର ଠାରେ ଥିବା ଆଦର୍ଶ କମ୍ପ୍ୟୁଟର ପ୍ରାଙ୍ଗଣରେ ରକ୍ତଦାନ ଶିବିର କରାଯାଇଛି । ଏହି ଶିବିରଟି ଆଚ୍ଛା ସଙ୍ଗଠନର ଉପ-ସଭାପତି ଇଂ ମଳୟ ରଞ୍ଜନ ବେହେରାଙ୍କ ତତ୍ୱାବଧନତାରେ ଅନୁଷ୍ଠିତ ହେବା ସହ ପ୍ରଥମେ ସାବୁନ ଦ୍ୱାରା ଭଲଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସେନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଜାଇ ଅପେକ୍ଷା ହଲରେ ସାମାଜିକ ଦୁରତା ବଜାଇ ଚେୟାରରେ ବସି ଅପେକ୍ଷା କରିବା ପାଇଁ ବ୍ୟବସ୍ତା କରାଯାଇଥିଲା । ଏହି ଶିବିରକୁ ଜଳେଶ୍ୱର ଥାନା ଅଧିକାରୀ ମାନସ ଦେଓ ଉଦ୍ଘାଟନ କରିଥିଲେ । ଏହାପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା ବ୍ଲଡ ବ୍ୟାଙ୍କ ଓଫିସର ଡ. ମହେଶ ବିଶ୍ୱାଳ, ଲ୍ୟାବ ଟେଷ୍ଟ ଅଧିକାରୀ ଦେବାଶିଷ ଦତ୍ତ, ଲ୍ୟାବ ଟେଷ୍ଟ ଅଧିକାରୀଣୀ ସବ୍ନମ ଦାସ,ଏଟେନ୍‌ଡେନ୍ଟ ହେମଲତା ଷେଠୀ ଓ ହରିଶ୍ଚନ୍ଦ୍ର ମହାପତ୍ର ଦୂରତା ରକ୍ଷା କରି ରକ୍ତ ଦାତା ମାନଙ୍କ ଠାରୁ ରକ୍ତ ଗ୍ରହଣ କରି ବିଶ୍ରାମ ଗୃହରେ ସେମାନଙ୍କୁ ଫଳମୂଳ, ଅଣ୍ଡା ଓ ଲିକୁଇଡ୍ ଜୁସ୍ ପାନକରିବା ପାଇଁ ପ୍ରଦାନ କରିଥିଲେ । ଏହି ଶିବିରକୁ ବସ୍ତା ଥାନା ଆଇ.ଆଇ.ସି. ଶ୍ରୀଯୁକ୍ତ ମାନସ କୁମାର ଦେଓ ଉଦ୍ଘାଟନ କରିବା ସହ ପ୍ରଥମ ରକ୍ତଦାନ କରିଥିଲେ । ଏଥିରେ ସଙ୍ଗଠନ ପକ୍ଷରୁ ରାଜ୍ୟ ସଭାପତି ବିସ୍ମିତ ରଞ୍ଜନ ଦାସ, ଜିଲ୍ଲା ସଭାପତି ବିନୋଦ କୁମାର ମାଝୀ, ଉପସଭାପତି ରାଜେଶ ପଣ୍ଡିଆ, ମେଡିକାଲ କୋଡିନେଟର୍ ଶ୍ରୀଯୁକ୍ତ ଉଦୟ ଭାନୁ ନାୟକ, ଉତ୍ତମ ବେହେରା, ଖଗେଶ୍ୱର ବଢେଇ, ଭରତ ପରମାଣିକ, କାଳିଚରଣ ବିର, ଭାନୁ ଜେନା, କରୁଣାକର ବେହେରା, ରବି ଜେନା, ଚନ୍ଦନ ଜେନା, ଭରତ ଜେନା, ତ୍ରିଲୋଚନ ବେହେରା, ମନୋଜ ଜେନା, ଅରୁଣ କୁମାର ବେହେରା ପ୍ରଭୃତି ସହଯଗ କରିଥିଲେ । ଏହି ଶିବିରରେ ୪୦ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ । ଉକ୍ତ ଶିବିରରେ ଯୁବକ ମାନଙ୍କ ସହୋଯଗରେ ସମାଜସେବୀ ତଥା ଆଇନଜିବୀ ପତିତ ପାବନ ପ୍ରଧାନ, ଗୌରୀବେଲଦା ଆଶାକର୍ମୀ ଜୟନ୍ତୀ ଜେନା, ଅସ୍ତୁଡିହା ଆଶାକର୍ମୀ ବାସନ୍ତୀ ଜେନା, ଖୁଲୁଡା ଆଶାକର୍ମୀ ଯାମିନୀ ବାଳା ଜେନା, ବଡନଗର ଆଶାକର୍ମୀ ବେନୁକା ଜେନା, ବଡନଗର ଅଙ୍ଗନବାଡୀ ଦିଦି ମୀନତୀ ରାଣୀ ଦାସଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ