ଆଜଣା ରୋଗରେ ଛେଳି ମୃତ
ମୋହନା,(ଅଂଶୁମାନ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡି ପଞ୍ଚୟତ କମଳାପୁର ଗାଁ ରେ ଜୁରିଆ ଗୌଡ଼ ଓ ନିରଞ୍ଜନ ଗୌଡ଼ ଦୁଇ ଭାଇ ୬୦ ରୁ ଉର୍ଦ୍ଧ ଛେଳି ପାଳନ କରିଛନ୍ତି | ଗତ କାଲି ଦୁଇ ଭାଇ ଛେଳି ନେଇ ଜଙ୍ଗଲ କୁ ଚରାଇବା କୁ ଯାଇଥିଲେ ଫେରିବା ସମୟରେ ଛେଳି ମନେ ଆଖି ବନ୍ଦ କରି ତଳେ ସୋଇ ରହିବା ଦେଖି ପାଖକୁ ଯାଇ ଦେଖିବା ସମୟରେ ୬ରୁ ଉର୍ଦ୍ଧ ଛେଳି ମରି ଯାଇଛନ୍ତି ଅନ୍ୟ ଛେଳି ମନେ ଭି ସେଇ ପରି ହଉଥିବା ଦେଖି ଭାଙ୍ଗି ପଡିଛନ୍ତି ଦୁଇ ଭାଇ କଣ ରୋଗ ହୋଇଛି ଜଣା ପଡୁନି ଅନ୍ୟ ପଟେ ପଶୁ ଚିକତ୍ସା ଡାକ୍ତର ବର୍ତମାନ ସୁଦ୍ଧା ପହଞ୍ଚି ନାହାନ୍ତି ସରକାରୀ ସହାୟତା ମାଗୁଛନ୍ତି ଦୁଇ ଭାଇ |


